Latest Odisha News

ଚୁଲିକି ଗଲା କରୋନା କଟକଣା, ବରଯାତ୍ରୀରେ ନାଚିଲେ, ଧୁମ୍‌ଧାମରେ ହେଲା ବାହାଘର

ସାଲେପୁର: ରାଜ୍ୟରେ କରୋନା କଟକଣା ଚାଲିଛି । ଚାରିଆଡେ ପଡିଛି ଲକଡାଉନ୍ । ସାମାଜିକ ଦୂରତା ରଖିବା ପାଇଁ ନିର୍ଦ୍ଦେଶ ବି ଦିଆଯାଇଛି। ବିବାହ ଆଦି ସାମାଜିକ ଉତ୍ସବରେ ଲୋକଙ୍କ ଗହଳି ଉପରେ କଟକଣା ମଧ୍ୟ ଲାଗିଛି । ତେବେ ଏହି କଟକଣାକୁ ଫୁ କରି ଉଡାଇ ଦେଇଛନ୍ତି ବରଯାତ୍ରୀ ।
ଏକାଠି ହୋଇ ବାଜର ତାଳେ ତାଳେ ଝୁମିଛନ୍ତି ଶହ ଶହ ବରଯାତ୍ରୀ । କେବଳ ସେତିକି ଧୁମ୍‌ଧାମରେ ବାହାଘର ମଧ୍ୟ ହୋଇଛି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ବ୍ଲକ ବରବାରି ଗାଁରେ ।

ସୂଚନା ଅନୁଯାୟୀ, ବରବାରି ଗାଁର  ପ୍ରିୟଙ୍କା ମହାନ୍ତିଙ୍କ ପ୍ରଜ୍ଞା ପରିଡ଼ାଙ୍କ ସହ ଆଜି ବିବାହ ହୋଇଥିଲା । ଏହି ବାହାଘରେ ନା କରୋନା କଟକଣାର ଭୟ ଥିଲା ନା ଥିଲା ସାମାଜିକ ଦୂରତାର ଖାତିର । କରୋନା ସମୟରେ ଏଭଳି ବାହାଘର ହେବାକୁ ନେଇ ସ୍ଥାନୀୟ ଅଂଚଳରେ ଆଲୋଚନା ସୃଷ୍ଟି ହୋଇଛି । ଏହାକୁ ନେଇ ସ୍ଥାନୀୟ ପ୍ରଶାସନ ଆଙ୍ଗୁଠି ଉଠାଇଛି ।

Leave A Reply

Your email address will not be published.