ଶ୍ରୀନଗର: ଦେଶର ଅଖଣ୍ଡତା ଓ ସୁରକ୍ଷା ପାଇଁ ସେନାର ଯବାନ ସର୍ବୋଚ୍ଚ ବଳିଦାନ ଦେବାକୁ ପଛାନ୍ତି ନାହିଁ। ହେଲେ ଗତକାଲି ଦେଶ ସେବାରେ ପ୍ରାଣବଳୀ ଦେଇଛି ଭାରତୀୟ ସେନାର ଏକ ପ୍ରଶିକ୍ଷିତ କୁକୁର ‘ଫ୍ୟାଣ୍ଟମ୍’। ବିଶେଷ ଭାବେ ଆତଙ୍କୀ ଅପରେସନରେ ଅଂଶଗ୍ରହଣ କରି ସେନାକୁ ସହୟତା କରିବାକୁ ସମ୍ପୂର୍ଣ୍ଣ ପ୍ରଶିକ୍ଷଣ ନେଇଥିବା ଏହି ସାହାସି କୁକୁର ସୁନ୍ଦରବନୀ ସେକ୍ଟରରେ ଟେରର ଅପରେସନରେ ସାମିଲ ଥିଲା।
ଗତକାଲି ଆତଙ୍କୀଙ୍କ ସହ ଲଢେଇ ବେଳେ ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଛି ଆର୍ମି କୁକୁର ଫ୍ୟାଣ୍ଟମ୍ । ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟର ସମୟରେ ସେନାର କୁକୁର ଫ୍ୟାଣ୍ଟମକୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ। ଆହତ ଅବସ୍ଥାରେ ତାର ଚିକିତ୍ସା କରାଯାଇଥିଲେ ମଧ୍ୟ ତାଙ୍କୁ ବଞ୍ଚାଯାଇ ପାରିନଥିଲା।
ଏହିଭଳି ଭାବେ ସେନାର ସାହସୀ ସାଥୀ ଫ୍ୟାଣ୍ଟମ ଶହୀଦ ହୋଇଥିଲା । ସୁନ୍ଦରବନୀ ସେକ୍ଟରରେ ସେନାର ଅପରେସନରେ ସେନାର କୁକୁର ଫ୍ୟାଣ୍ଟମ ମଧ୍ୟ ସାମିଲ ଥିଲା। ଏନକାଉଣ୍ଟର ସମୟରେ ଫ୍ୟାଣ୍ଟମକୁ ଆତଙ୍କବାଦୀମାନେ ଗୁଳି କରିଥିଲେ। ଏଥିରେ ଫ୍ୟାଣ୍ଟମ୍ ଗୁରୁତର ଆହତ ହୋଇଥିଲା, ତାହାର ଚିକିତ୍ସା କରାଯାଇଥିଲେ ବି ତାକୁ ବଞ୍ଚାଯାଇ ପାରିନଥିଲା।
ସୂଚନା ଥାଉକି ଜମ୍ମୁ କଶ୍ମୀରର ଅଖନୁରରେ, ଆତଙ୍କବାଦୀମାନେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ନିକଟ ଭଟ୍ଟଲ ଅଞ୍ଚଳରେ ଏକ ସେନା ଆମ୍ବୁଲାନ୍ସ ଉପରେ ଗୁଳି ଚଳାଇ ଜଙ୍ଗଲ ଆଡକୁ ପଳାଇଥିଲେ । ସେନା ଏହି ଅଞ୍ଚଳକୁ ଘେରି ରହି ସର୍ଚ୍ଚ ଅପରେସନ କରିଥିଲା। ପ୍ରାୟ ୫ଘଣ୍ଟାର ସଂଘର୍ଷ ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
Comments are closed.