Latest Odisha News

BREAKING NEWS

Military Helicopter Crashed: ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ; ୬ ମୃତ

ନୂଆଦିଲ୍ଲୀ: କତାରର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ପାରସ୍ୟ ଉପସାଗରର ଦେଶର ଜଳସୀମାରେ ଏହି ଦୁର୍ଘଟଣା ଘଟିଛି । ଜଣେ ବ୍ୟକ୍ତି ନିଖୋଜ ଥିବା କାତାରର ଗୃହ ମନ୍ତ୍ରଣାଳୟ କହିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ଘଟଣା ଘଟିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ମଧ୍ୟପ୍ରାଚ୍ୟରେ ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଯୋଗୁଁ ଉତ୍ତେଜନା ଲାଗି ରହିଥିବାବେଳେ ଏହି ଦୁଃଖଦ ଖବର ଆସିଛି । ଏବେ ନିଖୋଜ ବ୍ୟକ୍ତିଙ୍କୁ ଖୋଜୁଛନ୍ତି । ଯେଉଁଥିରେ କୋଷ୍ଟ ଗାର୍ଡ ଏବଂ ଇଣ୍ଟରନାଲ ସିକ୍ୟୁରିଟି ଫୋର୍ସଙ୍କ ଟିମ୍ ଏଥିରେ ସାମିଲ ଥିଲେ ।

ଏନେଇ କତାରର ରକ୍ଷା ମନ୍ତ୍ରଣାଳୟ ଏକ୍ସରେ ପୋଷ୍ଟ ସେୟାର କରି କହିଛନ୍ତି ଯେ, “ନିୟମିତ ଡ୍ୟୁଟିରେ ଥିବା ସମୟରେ ଏକ କାତାର ହେଲିକପ୍ଟର ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା । ଫଳରେ ଏହା ରାଜ୍ୟର ଆଞ୍ଚଳିକ ଜଳସୀମାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ନିଖୋଜ ଥିବା କ୍ରୁ ଏବଂ ଯାତ୍ରୀଙ୍କ ସନ୍ଧାନ ଜାରି ରହିଛି ।”

Leave A Reply

Your email address will not be published.