Latest Odisha News

BREAKING NEWS

ସାବଧାନ ! ଏଟିଏମ୍‌ରୁ ୩ଜଣଙ୍କୁ କରୋନା ସଂକ୍ରମଣ, କ୍ୱାରେଣ୍ଟାଇନ୍‌ରେ ୨୮

ଗୁଜରାଟ: ବଡୋଦରାରେ ୩ଜଣ ଯବାନ କରୋନାରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ କୋଭିଡ-୧୯ଟେଷ୍ଟ ପଜିଟିଭ ବାହାରିଛି ।

ମିଳିଥିବା ସୂଚନାରୁ ଜଣାପଡିଛି ତଦନ୍ତରୁ ଜଣାପଡିଛି ତିନିଜଣ ଯବାନ ଗୋଟିଏ ଦିନରେ ଗୋଟିଏ ଏଟିଏମ୍‌ରୁ ଟଙ୍କା ଉଠାଣ କରିଥିଲେ । ଯବାନଙ୍କର କୌଣସି ଯାତ୍ରା ଇତିହାସ ନଥିଲାବେଳେ ଆଶଙ୍କା କରାଯାଉଛି ସେହି ଏଟିଏମ୍ ଜରିଆରେ ହିଁ ତିନିଜଣଙ୍କୁ କରୋନା ସଂକ୍ରମିତ ହୋଇଛି ।

ଯବାନଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୨୮ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଆଗାମୀ ଦିନରେ ସମସ୍ତଙ୍କର କୋଭିଡ୍‌-୧୯ ପରୀକ୍ଷଣ କରାଯିବ । କରୋନା ଯୁଦ୍ଧରେ ପୋଲିସକର୍ମୀ ଓ ସେନାବାହିନୀର ଯବାନଙ୍କୁ ନିୟୋଜିତ କରାଯାଇଛି । ଏପରି ସ୍ଥିତିରେ ସୈନ୍ୟବଳକୁ ମଧ୍ୟ କରୋନା ସଙ୍କଟ ଘାରିଛି ।

ଲକ୍‌-ଡାଉନ୍ ସତ୍ତ୍ୱେ ଦେଶରେ କରୋନା ସଂକ୍ରମଣ ଦୃତଗତିରେ ବ୍ୟାପିବାରେ ଲାଗିଛି । କେବଳ ସେନାବାହିନୀ କି ପୋଲିସକର୍ମୀ ନୁହେଁ ବରଂ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ବି ଏହି ମହାମାରୀରେ ପୀଡିତ ହୋଇଛନ୍ତି ।

Leave A Reply

Your email address will not be published.