Latest Odisha News

BREAKING NEWS

ପ୍ରସିଦ୍ଧ ଖୋର୍ଦ୍ଧା ଗାମୁଛାରୁ ତିଆରି ହେଲା ମାସ୍କ

ଭୁବନେଶ୍ୱର : କରୋନା ସଂକ୍ରମଣ ପରୀପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ଘରୁ ବାହାରିବା ମାତ୍ରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏଥି ସହିତ ହାତ ତିଆରି ମାସ୍କର ଚାହିଦା ମଧ୍ୟ ବୃଦ୍ଧି ପାଇଛି ।

ପୂର୍ବରୁ ସମ୍ବଲପୁରୀ କପଡାରୁ ତିଆରି ମାସ୍କକୁ ଲୋକେ ବେଶ୍ ପସନ୍ଦ କରୁଥିବା ବେଳେ ଏବେ ଆରମ୍ଭ ହୋଇଛି ପ୍ରସିଦ୍ଧ ଖୋର୍ଦ୍ଧା ଗାମୁଛାରୁ ତିଆରି ମାସ୍କ ।

ଖୋର୍ଦ୍ଧାର ଏସଏଚଜି ଗ୍ରୁପମାନେ ବିଶ୍ୱପ୍ରସିଦ୍ଧ ଖୋର୍ଦ୍ଧା ଗାମୁଛାରୁ ମାସ୍କ ତିଆରି କରୁଥିବା ଖୋର୍ଦ୍ଧା ମ୍ୟୁନିସିପାଲିଟି ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ଦ୍ୱାରା ଖୋର୍ଦ୍ଧା ଗାମୁଛା ତିଆରି କରୁଥିବା ବୁଣାକାରମାନଙ୍କୁ ନୂତନ ଜୀବିକା ମିଳିବା ସହିତରୋଜଗାର ସୁଯୋଗ ସୃଷ୍ଟି ହୋଇଥିବା ଖୋର୍ଦ୍ଧା ମ୍ୟୁନିସିପାଲିଟି ପକ୍ଷରୁ ଟ୍ୱିଟରରେ ସୂଚନା ଦିଆଯାଇଛି ।

Leave A Reply

Your email address will not be published.