ଜୟପୁର: ରାଜସ୍ଥାନର ଜୈସଲମେରରେ ଭାରତୀୟ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଜୈସେଲମେରର ଜବାହାର ନଗରରେ ଏଭଳି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପାଇଲଟ୍ ସୁରକ୍ଷିତ ଥିବା ସୂଚନା ରହିଛି ।
ସୂଚନା ମୁତାବକ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭାରତୀୟ ସେନା ବିମାନଟି ହେଲା LCA ଯଥା ଲାଇଟ କମ୍ବାଟ୍ ଏୟାରକ୍ରାଫ୍ଟ ତେଜସ୍ । ଦୁର୍ଘଟଣା ସମୟରେ ବିମାନଟି ଅପରେସନାଲ ଟ୍ରେନିଂରେ ଥିଲା । ସଠିକ୍ ସମୟରେ ପାଇଲଟ ଜଣକ ପ୍ଲେନରୁ ଡେଇଁ ପଡିବା କାରଣରୁ ତାଙ୍କ ଜୀବନ ବଞ୍ଚିଯାଇଛି ।
ଦୁର୍ଘଟଣା ପରେ ଏହି ମାମଲାରେ କୋର୍ଟ ଅଫ୍ ଇନକ୍ୱାରୀ କରିବାକୁ ସେନା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ, ଡିସେମ୍ବର ୨୦୨୩ ରେ, ବାୟୁସେନା ତାଲିମ ପ୍ରାପ୍ତ ବିମାନ ତେଲେଙ୍ଗାନାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବିମାନଟି ସମ୍ପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇଥିଲା ।
#WATCH | Rajasthan | A Light Combat Aircraft (LCA) Tejas of the Indian Air Force crashed near Jaisalmer today during an operational training sortie. The pilot ejected safely. A Court of Inquiry has been ordered to ascertain the cause of the accident. pic.twitter.com/3JZf15Q8eZ
— ANI (@ANI) March 12, 2024
Comments are closed.