Latest Odisha News

BREAKING NEWS

ବିରୋଧ ଭିତରେ ସେନାର ବଡ଼ ଘୋଷଣା, ଆସନ୍ତା ଶୁକ୍ରବାର ଠାରୁ ‘ଅଗ୍ନିପଥ’ ଯୋଜନାରେ ଆରମ୍ଭ ହେବ ଭର୍ତ୍ତି

ନୂଆଦିଲ୍ଲୀ: ଦେଶବ୍ୟାପୀ ‘ଅଗ୍ନିପଥ’ ଯୋଜନାକୁ ବିରୋଧ ଜାରି ରହିଛି । ବିରୋଧ ଭିତରେ ସ୍ଥଳ ସେନା ପ୍ରମୁଖ ଜେନରାଲ୍ ମନୋଜ ପାଣ୍ଡେ ବଡ଼ ଘୋଷଣା କରିଛନ୍ତି । ଖୁବଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି । ୨୦୨୨ ‘ଅଗ୍ନିପଥ’ ଯୋଜନା ଅନୁସାରେ, ବୟସ ସୀମା ୨୧ରୁ ୨୩କୁ ବୃଦ୍ଧି କରାଯାଇଛି । ଅନ୍ୟପଟେ ଏୟାର ଚିଫ୍ ମାର୍ଶଲ ବିଆର୍ ଚୌଧୁରୀ କହିଛନ୍ତି, ଆସନ୍ତା ଶୁକ୍ରବାର ଅର୍ଥାତ ଜୁନ୍ ୨୪ରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ।

ଜେନରାଲ ପାଣ୍ଡେଙ୍କ ଅନୁସାରେ, ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ । ଏଥିପାଇଁ ଆଗାମୀ ୨ ଦିନ ମଧ୍ୟରେ http://joinindianarmy.nic.in ରେ ସୂଚନା ଦିଆଯିବ । ଏହାପରେ ସେନାରେ ଭର୍ତ୍ତି ନେଇ ବିସ୍ତୃତ ତଥ୍ୟ ଦିଆଯିବ । ସେନାରେ ‘ଅଗ୍ନିବୀର’ ଭାବେ କାମ କରିବାକୁ ଯୁବଗୋଷ୍ଠୀଙ୍କୁ ଆହ୍ୱାନ ଦେଇଛନ୍ତି ସେନାଧ୍ୟକ୍ଷ ।

ଏୟାର ଚିଫ୍ ମାର୍ଶଲ ବିଆର୍ ଚୌଧୁରୀ କହିଛନ୍ତି ‘ଅଗ୍ନିପଥ’ ଯୋଜନା ମାଧ୍ୟମରେ ପୂର୍ବ ତୁଳନାରେ ତିନିରୁ ୪ ଗୁଣା ଅଧିକ ନିଯୁକ୍ତି ମିଳିବ । ଏପରିକି ‘ଅଗ୍ନିପଥ’ ଯୋଜନାରେ ଅଗ୍ନିବୀରଙ୍କ ବ୍ୟକ୍ତିତ୍ୱର ବିକାଶ ହେବ । ୪ ବର୍ଷ ପରେ ସେମାନେ ନିଷ୍ପତ୍ତି ନେଇପାରିବେ ସେନାରେ ରହିବେ କି ନାହିଁ ।

ଗୁରୁବାର କେନ୍ଦ୍ର ସରକାର ‘ଅଗ୍ନିପଥ’ ଯୋଜନାକୁ ବିରୋଧ ଭିତରେ ଆବେଦନକାରୀଙ୍କ ବୟସ ସୀମା ୨୧ରୁ ୨୩କୁ ବଢ଼ାଇ ଥିଲେ । ଏଥିସହ ସ୍ପଷ୍ଟ କରାଯାଇଥିଲା କି ଏହି ରିହାତି କେବଳ ଚଳିତ ବର୍ଷ ପାଇଁ । କରୋନା ମହାମାରୀ ପାଇଁ ୨ ବର୍ଷ ନିଯୁକ୍ତି ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିବାରୁ ଏ ନିଷ୍ପତ୍ତି ନିଆଯାଇଛି । ଆଗାମୀ ବର୍ଷରେ ‘ଅଗ୍ନିପଥ’ ଯୋଜନାରେ ସେନାରେ ସାମିଲ୍ ପାଇଁ ବୟସ ସୀମା ୧୭ ବର୍ଷରୁ ୨୧ ବର୍ଷ ମଧ୍ୟରେ ରହିବା ଆବଶ୍ୟକ ।

Leave A Reply

Your email address will not be published.