Latest Odisha News

BREAKING NEWS

ସୁପ୍ରିମକୋର୍ଟ ଗଲେ ଅର୍ଣ୍ଣବ ଗୋସ୍ୱାମୀ, ବମ୍ୱେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ

ମୁମ୍ବାଇ: ବମ୍ୱେ ହାଇକୋର୍ଟ ଜାମିନ ଖାରଜ କରିବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବରିଷ୍ଠ ସାମ୍ବାଦିକ ତଥା ରିପବ୍ଲିକ ଟିଭିର ଏଡିଟର-ଇନ-ଚିଫ୍ ଅର୍ଣ୍ଣବ ଗୋସ୍ୱାମୀ । ବମ୍ୱେ ହାଇକୋର୍ଟଙ୍କ ରାୟକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିଛନ୍ତି । ଗତକାଲି ବମ୍ୱେ ହାଇକୋର୍ଟ ଅର୍ଣ୍ଣବଙ୍କୁ ଜାମିନ ଦେବାକୁ ମନା କରିଥିଲେ ।

ମଧ୍ୟବର୍ତ୍ତିକାଳୀନ ଜାମିନ ଆବେଦନକୁ ଖାରଜ କରିବା ସହ ନିୟମିତ ଜାମିନ ପାଇଁ ସେସନ୍ସ କୋର୍ଟ ଯିବାକୁ କହିଥିଲେ ବମ୍ୱେ ହାଇକୋର୍ଟ । ଏହାପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅର୍ଣ୍ଣବ ଗୋସ୍ୱାମୀ ।

୨୦୧୮ରେ ଜଣେ ଇଣ୍ଟେରିୟର ଡିଜାଇନରଙ୍କ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବଙ୍କୁ ଗିରଫ କରିଛି ମୁମ୍ୱାଇ ପୋଲିସ । ସେ ଏବେ ୧୪ ଦିନିଆ ବିଚାରବିଭାଗୀୟ ହେପାଜତରେ ଅଛନ୍ତି । ଗତ ୪ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା ।

Leave A Reply

Your email address will not be published.