Latest Odisha News

୧୪ ଦିନିଆ ନ୍ୟାୟିକ ହେପାଜତରେ ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀ

ମୁମ୍ବାଇ: ନଭେମ୍ୱର ୧୮ ତାରିଖ ଯାଏ ନ୍ୟାୟିକ ହେପାଜତରେ ବରିଷ୍ଠ ସାମ୍ବାଦିକ ତଥା ରିପବ୍ଲିକ ଟିଭିର ଇଡିଟର-ଇନ-ଚିଫ୍ ଅର୍ଣ୍ଣବ ଗୋସ୍ୱାମୀ । ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀ ହେପାଜତକୁ ପଠାଇ ଦିଆଯାଇଛି । ଆଜି ତାଙ୍କର ଜାମିନ ଆବେଦନର ଶୁଣାଣି ରହିଛି ।

ଅର୍ଣ୍ଣବଙ୍କ ସମେତ ଗିରଫ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ୧୪ ଦିନିଆ ବିଚାରବିଭାଗୀୟ ହେପାଜତକୁ ପଠାଇ ଦେଇଛନ୍ତି କୋର୍ଟ । ସେପଟେ ପୋଲିସ ରିମାଣ୍ଡ ପାଇଁ କରିଥିବା ଆବେଦନକୁ କୋର୍ଟ ଖାରଜ କରି ଦେଇଥିଲେ । ପଚରାଉଚରା ପାଇଁ ୧୪ ଦିନ ପାଇଁ ରିମାଣ୍ଡ ଆବେଦନ କରିଥିଲା ପୋଲିସ ।

୨୦୧୮ରେ ଜଣେ ଇଣ୍ଟେରିୟର ଡିଜାଇନରଙ୍କ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗତକାଲି ତାଙ୍କ ଘରୁ ଉଠାଇ ନେଇଥିଲା ପୋଲିସ । ପରେ ତାଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାରୁ କେଇ ରାଜନୈତିକ ବୟାନବାଜି ଜୋରଦାର ହୋଇଛି ।

Comments are closed.