Latest Odisha News

BREAKING NEWS

ଆମେରିକା ନିର୍ବାଚନ: ବହୁମତ ମୁହାଁ ଜୋ ବାଇଡେନ୍, ପଛରେ ଟ୍ରମ୍ପ

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରୋଚକ ଲଢ଼େଇ । କାହା ଦଖଲକୁ ଯିବ ହ୍ୱାଇଟ୍ ହାଉସ୍ ? ଜୋ ବାଇଡେନ୍ ଓ ଡୋନାଲ୍ଡ ଟ୍ରମ୍ପଙ୍କ ଭିତରେ କାଣ୍ଟେ କା ଟକ୍କର ଚାଲିଛି । ବର୍ତ୍ତମାନ ସୁଦ୍ଧା ଗଣତିରେ ଆଗରେ ରହିଛନ୍ତି ଜୋ ବାଇଡେନ୍ । ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବିଜେନଙ୍କୁ ୨୬୪ ଓ ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ୨୧୪ ଇଲୋକ୍ଟୋରାଲ୍ ଭୋଟ୍ ମିଳିଛି ।

୫୩୮ ଇଲେକ୍ଟୋରାଲ୍ ଭୋଟରୁ ବହୁମତ ପାଇଁ ୨୭୦ ଭୋଟ ଆବଶ୍ୟକ । ଜୋ ବାଇଡେନ୍ ବହୁମତଠାରୁ ମାତ୍ର ୬ଟି ଇଲେକ୍ଟୋରାଲ୍ ଭୋଟ ପଛରେ ରହିଛନ୍ତି । ଦୁଇଟି ରାଜ୍ୟର ଗଣତିରେ ସେ ଆଗରେ ରହିଛନ୍ତି । ବର୍ତ୍ତମାନ ସମୀକରଣ ଅନୁସାରେ ବାଇଡେନଙ୍କ ବିଜୟ ସମ୍ଭାବନା ଅଧିକ ରହିଛି ।

ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଜୟୀ ଭୋଟଠାରୁ ବହୁ ପଛରେ ଅଛନ୍ତି । ସେ ଏବେ ପେନସଲଭେନିଆ, ଜର୍ଜିଆ, ନର୍ଥ କାରୋଲିନା, ଅଲାସ୍କାରେ ଆଗରେ ଅଛନ୍ତି । ଏସବୁ ରାଜ୍ୟରେ ମୋଟ୍ ୫୪ ଭୋଟ ଅଛି । ସବୁଥିରେ ଜିତିଲେ ଟ୍ରମ୍ପଙ୍କ ଇଲେକ୍ଟୋରାଲ୍ ଭୋଟ୍ ସଂଖ୍ୟା ୨୬୮ ହେବ । ଯଦି କୌଣସି ରାଜ୍ୟରୁ ସେ ଫ୍ଲିପ୍ କଲେ ବିଜୟୀ ହୋଇପାରନ୍ତି ।


ବାଇଡେନଙ୍କୁ ବର୍ତ୍ତମାନ ସୁଦ୍ଧା ୫୦.୪ ପ୍ରତିଶତ ଭୋଟ ମିଳିଥିବା ବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ୪୮ ପ୍ରତିଶତ ଭୋଟ ମିଳିଛି । ବିଜୟକୁ ନେଇ ଜୋ ବାଇଡେନ୍ ଓ ଡୋନାଲ୍ଡ ଟ୍ରମ୍ପ ଆଶାବାଦୀ ଅଛନ୍ତି । ଟ୍ରମ୍ପଙ୍କୁ ଟାର୍ଗେଟ କରି ଆଜି ବିଡେନ କହିଛନ୍ତି, ଜଣେ ନିଜେ ଚାହିଁଲେ କ୍ଷମତା ଅକ୍ତିକାର କରି ପାରିବ ନାହିଁ । ଜନତା ଦେଇ ଥାଆନ୍ତି । ଆମେରିକାର ସବୁ ଲୋକଙ୍କ (ଯେଉଁମାନେ ଭୋଟ୍ ଦେଇଛନ୍ତି ଓ ଯେଉଁମାନେ ଭୋଟ୍ ଦେଇ ନାହାନ୍ତି) ରାଷ୍ଟ୍ରପତି ହେବେ ବୋଲି କହିଛନ୍ତି ବାଇଡେନ୍ ।

Leave A Reply

Your email address will not be published.