ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ପୁଣିଥରେ ଦିଲ୍ଲୀରେ ନିଜର ପ୍ରକୋପ ଦେଖାଇବା ଆରମ୍ଭ କରିଛି। ସଂସଦଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏବଂ ଡାକ୍ତରଙ୍କଠାରୁ ଆରମ୍ଭ କରି ପୋଲିସ ପର୍ଯ୍ୟନ୍ତ ସମସ୍ତେ ଏହି ଭୂତାଣୁରେ ସଂକ୍ରମିତ ହେଲେଣି।
ଦିଲ୍ଲୀ ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ଜନସମ୍ପର୍କ ଅଧିକାରୀ ତଥା ଦିଲ୍ଲୀ ପୋଲିସର ଅତିରିକ୍ତ କମିଶନରଙ୍କ ସମେତ ପ୍ରାୟ ୧୦୦୦ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ସମସ୍ତ ସଂକ୍ରମିତ ପୋଲିସ୍ କର୍ମଚାରୀ ବର୍ତ୍ତମାନ ସଙ୍ଗରୋଧରେ ଅଛନ୍ତି। ଦିଲ୍ଲୀ ପୋଲିସରେ ୮୦,୦୦୦ ରୁ ଅଧିକ କର୍ମଚାରୀ ଅଛନ୍ତି।
ଯେଉଁମାନେ ରାଜଧାନୀ ଦିଲ୍ଲୀରେ ମାସ୍କ ନ ପିନ୍ଧୁଛନ୍ତି ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏମିତିକି ମାସ୍କ ପିନ୍ଧିନଥିବା ବ୍ୟକ୍ତିଙ୍କଠାରୁ ୫୦୦୦ ଟଙ୍କା ଜୋରିମାନା ମଧ୍ୟ ଆଦାୟ କରାଯାଉଛି।
Comments are closed.