Latest Odisha News

BREAKING NEWS

ଅଯୋଧ୍ୟା ଶ୍ରୀରାମ ମନ୍ଦିର ପାଇଁ ନିର୍ମାଣ ହୋଇଛି ୪୦୦ କିଗ୍ରାର ତାଲା

ଅଯୋଧ୍ୟା: ଅଯୋଧ୍ୟାରେ ଦ୍ରୁତ ବେଗରେ ନିର୍ମିତ ହେଉଥିବା ଶ୍ରୀରାମ ମନ୍ଦିର ପାଇଁ ଏକ ୪୦୦ କିଲୋଗ୍ରାମର ତାଲା ପ୍ରସ୍ତୁତ କରାଯାଇଛି । ଅଲୀଗଡର ଜ୍ୱାଳାପୁରୀ ନିବାସୀ ସତ୍ୟପ୍ରକାଶ କାରୀଗରଙ୍କ ସହ ଏହାକୁ ନିର୍ମାଣ କରିଛନ୍ତି । ଏହି ତାଲାର ଲମ୍ବ ୧୦ ଫୁଟ, ଚୌଡା ୬ ଫୁଟ ଓ ମୋଟେଇ ୬ ଇଂଚ ରହିଛି । ୩୦ କିଗ୍ରାର ୨ଟି ଚାବି ମଧ୍ୟ ଏଥିପାଇଁ ପ୍ରସ୍ତୁତ କରାଯାଇଛି । ଅଲୀଗଡର ଏକ ପ୍ରଦର୍ଶନୀରେ ଏହି ତାଲାକୁ ରଖାଯାଇଛି ।

BjdElectrycity

୨୬ ଜାନୁୟାରୀ ପ୍ୟାରେଡରେ ଏହି ତାଲାକୁ ସାମିଲ କରିବା ପାଇଁ ସତ୍ୟପ୍ରକାଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପତ୍ର ଲେଖିଛନ୍ତି । ଏହି ତାଲା ତିଆରି କରିବାରେ ସେ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି ବୋଲି ସତ୍ୟପ୍ରକାଶ କହିଛନ୍ତି ।

Leave A Reply

Your email address will not be published.