Latest Odisha News

BREAKING NEWS

ଶିକ୍ଷକ ନିଯୁକ୍ତି ଘୋଟାଲାରେ ଗିରଫ ଅଭିଯୁକ୍ତ ଅର୍ପିତାଙ୍କୁ ଇଡି ନେବା ବେଳେ ଅଜଣା ଗାଡି ଦେଲା ଧକ୍କା

କୋଲକାତା: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଘୋଟାଲାରେ ସମ୍ପୃକ୍ତ ଅର୍ପିତା ମୁଖାର୍ଜୀଙ୍କୁ ନେଇ ଯାଉଥିବା କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଯଦିଓ ଏହି ଦୁର୍ଘଟଣା ବହୁତ ବଡ ନୁହେଁ। ସୂଚନାନୁସାରେ, କୋର୍ଟରେ ଶୁଣାଣି ପରେ ଇଡି ଅର୍ପିତା ମୁଖାର୍ଜୀଙ୍କ ସହ ସିଜିଓ କମ୍ପ୍ଲେକ୍ସକୁ ଯାଉଥିଲା। ଏହି ସମୟରେ କାରଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ଦୁର୍ଘଟଣାରେ ଅର୍ପିତା ମୁଖାର୍ଜୀ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କୁହାଯାଉଛି। କୋର୍ଟ ଅର୍ପିତାଙ୍କୁ ଦିନିକିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି।

ଏକ ଅଜ୍ଞାତ ଗାଡି ଇଡି ଗାଡି ଉପରେ ହଠାତ୍ ଆସି ଧକ୍କା ଦେଇଥିଲା। ଏହି ସମୟରେ ଇଡିର କାର କନଭୋ ବଙ୍କଶାଲ କୋର୍ଟରୁ ସିଜିଓ କମ୍ପ୍ଲେକ୍ସ ଆଡକୁ ଯାଉଥିଲା । ସଲ୍ଟ ଲେକ ଅଞ୍ଚଳରୁ ଆସୁଥିବା ଏକ ଅଜଣା ଗାଡି ଆସି ଧକ୍କା ଦେଇଥିଲା। ତେବେ ଏହି ଦୁର୍ଘଟଣାରେ କେହି ଆହତ କିମ୍ବା କ୍ଷତିଗ୍ରସ୍ତ ହୋଇନାହାଁନ୍ତି। ଏହି ସାମାନ୍ୟ ଦୁର୍ଘଟଣା ପୂର୍ବରୁ କୋର୍ଟ ଅର୍ପିତାଙ୍କୁ ଦିନିକିଆ ରିମାଣ୍ଡରେ ପଠାଇଥିଲେ।

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପାର୍ଥ ଚାଟାର୍ଜୀ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରାଯାଇଥିଲା। ଏହା ପରେ ଅର୍ପିତା ମୁଖାର୍ଜୀଙ୍କୁ ଦିନିକିଆ ରିମାଣ୍ଡରେ ନେବାକୁ ଇଡିକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ସେବା ଆୟୋଗ (ଏସଏସସି) ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଇଡି ଶନିବାର ଦକ୍ଷିଣ କୋଲକାତା ବାସଭବନରୁ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଥିଲା।

ଅର୍ପିତା ମୁଖାର୍ଜୀ ମମତା ସରକାରର ଜଣେ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ନିକଟତର। ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ସ୍କାମ୍ ସଂପର୍କରେ ଶୁକ୍ରବାର ଇଡି ଅର୍ପିତାଙ୍କ ବାସଭବନରେ ରେଡ୍ କରିଥିଲା। ଏହି ସମୟରେ ୨୦ କୋଟିରୁ ଅଧିକ ଟଙ୍କା ଜବତ ହେବା ପରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ମାମଲାରେ ସୁନା ଗହଣା ସହିତ, ମୋବାଇଲ ଏବଂ ବିଭିନ୍ନ ଦସ୍ତାବିଜ ଜବତ କରିଛି ଇଡି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପାର୍ଥ ଚାଟାର୍ଜୀଙ୍କ ସହ ବିଭିନ୍ନ ସମୟରେ ଆଲୋଚନା କୁରଥିବାର ନଜିର ରହିଛି। ଯାହାର ଫଟୋ ସୋଶିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି। ଯେଉଁଥିରୁ ଆଶଙ୍କା କରାଯାଉଛି ଏକଦା ଓଡିଆ, ବଙ୍ଗଳା, ତାମିଲ ଫିଲ୍ମରେ ନିଜର ଅଭିନୟ କ୍ୟାରିଅର ଗଢିବାକୁ ଆସିଥିବା ସାଧାରଣ ଝିଅ ଅର୍ପିତା ମୁଖାର୍ଜୀ ପଶ୍ଚିମବଙ୍ଗର ପାଓ୍ୱାର କରିଡରରେ କେତେ ପାଓ୍ୱାରଫୁଲ ବ୍ୟକ୍ତି।

Leave A Reply

Your email address will not be published.