Latest Odisha News

BREAKING NEWS

ଭିନ୍ନମୋଡ଼ ନେଲା ଶିଶୁକୁ ଗିରଫ କରି କୋର୍ଟ ଚାଲାଣ କରିବା

ଭୁବନେଶ୍ବର : ବାଲିପାଟଣା ଥାନା ପୋଲିସ ଜଣେ ଶିଶୁକୁ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ଏବେ ଭିନ୍ନମୋଡ ନେଇଛି । ଶିଶୁକୁ ନ୍ୟାୟ ଦେବା ପାଇଁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ରାଜ୍ୟ ମାନବାଧିକାର କମିଶନରେ ପହଞ୍ଚିଛି ମାମଲା । ଚାଇଲ୍ଡ ଲାଇନ୍ ଓ ସୂଚନା ଅଧିକାର କର୍ମୀଙ୍କ ପକ୍ଷରୁ ପୃଥକ ପୃଥକ ଭାବେ ଦୁଇଟି ମାମଲା ରୁଜୁ ହୋଇଛି । ଉଭୟ ମାମଲାରେ ଶିଶୁକୁ ନ୍ୟାୟ ପ୍ରଦାନ ସହ ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ ହୋଇଛି ।

ଏକ ଜମିଜମା ମାମଲାରେ ବାଲିପାଟଣା ଥାନା ପୋଲିସ ଜଣେ ଶିଶୁକୁ କମିଶନରେଟ୍ ପୋଲିସର ଅତିରିକ୍ତ ଡିସିପିଙ୍କ ଅଦାଲତରେ ହାଜର କରିଥିଲା । ତଦନ୍ତକାରୀ ପୋଲିସ ଅଧିକାରୀଙ୍କୁ ଶିଶୁର ବୟସ ସମ୍ପର୍କିତ ସୂଚନା ଦିଆଯାଇଥିଲା । କିନ୍ତୁ ସେ ଏହାକୁ ବେଖାତିର କରି କୋର୍ଟ ଚାଲାଣ କରିଥିଲେ । ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଶିଶୁ ଅଧିକାର କ୍ଷୁର୍ଣ୍ଣ କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

Leave A Reply

Your email address will not be published.