Latest Odisha News

BREAKING NEWS

ଟିଆରପି ସ୍କାମ: ପୂର୍ବତନ ବାର୍କ ସିଇଓଙ୍କ ଜାମିନ ଆବେଦନ ଖାରଜ

ମୁମ୍ବାଇ: ଟିଆରପି ସ୍କାମ ଅଭିଯୋଗ ଘଟଣାରେ ପୂର୍ବତନ ବାର୍କ ସିଇଓ ପାର୍ଥୋ ଦାସଗୁପ୍ତାଙ୍କ ଜାମିନ ଆବେଦନ ଖାରଜ । ମୁମ୍ବାଇର ସେସନ୍ସ କୋର୍ଟ ଗିରଫ ହୋଇଥିବା ପାର୍ଥୋ ଦାସଗୁପ୍ତାଙ୍କ ଖାରଜ କରିଦେଇଛନ୍ତି । ଗତ ଡିସେମ୍ବର ୨୪ ତାରିଖରେ ଗିରଫ ପରେ ତଲୋଜା ଜେଲ୍‌ରେ ଥିଲେ ପାର୍ଥୋ । ଅସୁସ୍ଥତା କାରଣରୁ ତାଙ୍କୁ କିଛି ଦିନ ପାଇଁ ହସ୍ପିଟାଲରେ ରଖାଯାଇଛି ।

ସେସନ୍ସ କୋର୍ଟ ଜାମିନ ଆବେଦନ ଖାରଜ କରିଥିବାରୁ ଏହା ବିରୋଧରେ ସେ ବମ୍ବେ ହାଇକୋର୍ଟରେ ଆବେଦନ କରିବେ ବୋଲି ତାଙ୍କ ଓକିଲ ସୂଚନା ଦେଇଛନ୍ତି । ନିଜ କ୍ଷମତାର ଅପବ୍ୟବହାର କରି ପାର୍ଥୋ ଦାସଗୁପ୍ତା ଏଆରଜି ଆଉଟଲାୟର ମିଡିଆ ପ୍ରାଇଭେଟ ଲିଃ ଓ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଟିଆରପି ଘୋଟଲା କରିବାରେ ସହଯୋଗ କରିଥିବା ଅଭିଯୋଗ ହୋଇଛି । ଏହି ଘୋଟଲା ଯୋଗୁ ରିପବ୍ଲିକ ଚ୍ୟାନେଲ ନମ୍ବର ୧ ସ୍ଥାନରେ ପହଞ୍ଚିଥିବା ମଧ୍ୟ କୁହାଯାଇଛି ।

ଚାର୍ଜସିଟ୍‌ରେ ମୁମ୍ବାଇ ପୋଲିସ୍‌ କହିଛି, ପାର୍ଥୋ ଦାସଗୁପ୍ତା ଟିଆରପି ଘୋଟାଲାରେ ସହଯୋଗ କରିଥିବାରୁ ରିପବ୍ଲିକ ଟିଭି ତାଙ୍କୁ ଆର୍ଥିକ ସହାୟତା କରିଥିଲା । ଏହି ଅର୍ଥରେ ସେ ଅଳଙ୍କାର ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀ କିଣିଥିଲେ । ଜାନୁଆରୀ ୪ରେ ମାଜିଷ୍ଟ୍ରେଟ କୋର୍ଟ ଦାସଗୁପ୍ତାଙ୍କ ଜାମିନ ଆବେଦନ ଖାରଜ କରିଥିବାରୁ ତାଙ୍କ ଓକିଲ ସେସନ୍ସ କୋର୍ଟରେ ଆବେଦନ କରିଥିଲେ । ଆଉ ଏଠାରୁ ବି ତାଙ୍କୁ ନିରାଶ ହେବାକୁ ପଡ଼ିଛି ।

Leave A Reply

Your email address will not be published.