Latest Odisha News

BREAKING NEWS

ଧାରା ୩୭୦ ପୁଣିଥରେ ଲାଗୁ ହୋଇ ପାରିବ କି? ଗୁଲାମଙ୍କ ନା, ମୁଫତିଙ୍କ ହଁ

କଶ୍ମୀର: ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେଉଥିବା ଧାରା ୩୭୦ ଏବଂ ୩୫-ଏ ପୁଣିଥରେ ଲାଗୁ ହେବ ବୋଲି ଯେଉଁମାନେ ପ୍ରତିଶ୍ରୁତି ଦେଉଛନ୍ତି ତାହା କେବେ ହୋଇପାରିବ ନାହଁ। ଦୁଇ ଦିନ ତଳେ କଂଗ୍ରେସ ଛାଡି ନୂଆ ଦଳ ଗଢିବାକୁ ଥିବା ଗୁଲାମ ନବୀ ଆଜାଦ ଏହା କହିଥିଲେ। ଏପରି କହି ସେ ପରୋକ୍ଷରେ ଜମ୍ମୁ କଶ୍ମୀରର ରାଜନୈତିକ ଦଳ ପିଡିପି, ନ୍ୟାସନାଲ କନଫରେନସକୁ ଟାର୍ଗେଟ କରିଥିଲେ। ଯିଏକି ନିଜେ ଧାରା ୩୭୦ଏ ଉଚ୍ଛେଦକୁ ସଂସଦରେ ବିରୋଧ କରିଥିଲେ।

ସୋମବାର ପିଡିପି ମୁଖ୍ୟ ମେହବୁବା ମୁଫତି କହିଛନ୍ତି, ଆମର ଚିନ୍ତାଧାରା ସକରାତ୍ମକ । ଧାରା 370 ଖୁବ୍ ଶୀଘ୍ର ଲାଗୁ ହେବ।ଧାରା 370 ଉପରେ ଆଜାଦଙ୍କ ମତ ଏକ ବ୍ୟକ୍ତିଗତ ମତ। ଧାରା 370 ହଟିବା ପରେ କଶ୍ମୀର ସମସ୍ୟାର ସମାଧାନ ହୋଇନି ବରଂ ଏହା ଅଧିକ ଜଟିଳ ହୋଇଛି। ଆମେ ଯେତେବେଳେ ବ୍ରିଟିଶମାନଙ୍କ ବିରୁଦ୍ଧରେ ମୁକାବିଲା କରିପାରିଲୁ ନାହିଁ, ସେତେବେଳେ ଜବାହରଲାଲ ନେହେରୁ, ସର୍ଦ୍ଦାର ଭାଲାଭଭାଇ ପଟେଲ, ସାର୍ ସୟଦ ଖାନ, ସୁଭାଷ ଚନ୍ଦ୍ର ବୋଷ ଏବଂ ସହିଦ ଭଗତ ସିଂ ବ୍ରିଟିଶମାନଙ୍କ ବିରୁଦ୍ଧରେ ଲଢେଇ କରିଥିଲେ ଏବଂ ସେମାନେ ଜିତିଥିଲେ। ସେହିଭଳି ଆମେ ବିଜେପି ବିରୋଧରେ ଲଢେଇ କରିବୁ। ବିଜେପି ଦ୍ୱାରା କରାଯାଇଥିବା କାମକୁ ଶେଷ କରିବୁ। ଏହା ଆମର ଏକ ସକାରାତ୍ମକ ମାନସିକତା ବୋଲି ମୁଫତି କହିଛନ୍ତି।

ଉତ୍ତର କଶ୍ମୀର ବରମୁଲାରେ ଏକ ରାଲି କରିବା ବେଳେ ଗୁଲାମ ନବୀ ଆଜାଦ କହିଛନ୍ତି, ଯେଉଁମାନେ ଧାରା ୩୭୦ଏବଂ ୩୫ଏ ପୁଣିଥରେ ଲାଗୁ ହେବ ବୋଲି କହୁଛନ୍ତି, ସେମାନେ ଜମ୍ମୁ କଶ୍ମୀରବାସୀଙ୍କୁ ମିଛ ପ୍ରତିଶ୍ରୁତି ଦେଉଛନ୍ତି । ଏଭଳି କହି ସେମାନେ କେବଳ ଭୋଟ୍ ବ୍ୟାଙ୍କ କଥା ଚିନ୍ତା କରୁଛନ୍ତି । ଲୋକଙ୍କୁ ଉସକାଇ ହିଂସା କରିବାକୁ ଚେଷ୍ଟା କରୁଛନ୍ତି।

ଯାହା ହୋଇପାରିବ ନାହିଁ ତାକୁ ସେ କେବେ ପ୍ରତିଶ୍ରୁତି ଦେବେ ନାହିଁ। ଯେଉଁ ଦଳ ମିଛ ପ୍ରତିଶ୍ରୁତି ଦେବ ସେ ପ୍ରଥମେ ତାଙ୍କୁ ସାମ୍ନା କରିବ । ନଚେତ ତାଙ୍କୁ ମାରିବା ପରେ ସେ ତାଙ୍କର ମିଛ ଏଜେଣ୍ଡା ଚଳାଇପାରିବେ ବୋଲି ଗୁଲାମ କହିଛନ୍ତି।

Comments are closed.