Latest Odisha News

BREAKING NEWS

ଅଧିକ ‘ସେଓ’ ଖାଉଛନ୍ତି କି?

ଓଡ଼ିଶା ସମ୍ବାଦ: ଶରୀରକୁ ସୁସ୍ଥ ରଖିବା ପାଇଁ ସବୁଠୁ ଭଲ ଔଷଧ ହେଉଛି ଚିନ୍ତାମୁକ୍ତ ରହିବା। କିନ୍ତୁ ଭଲ ଖାଦ୍ୟ ମଧ୍ୟ ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଭିଟାମିନଯୁକ୍ତ ଖାଦ୍ୟ ଆପଣଙ୍କ ଚେହେରା, ମାନସିକ ଶାନ୍ତି ଓ ଶରୀରର ବିଭିନ୍ନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ । ଫଳ ରେ ସବୁ ପ୍ରକାରର ଭିଟାମିନ ଥାଏ। ତେବେ ଅତ୍ୟଧିକ ଫଳ ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଖରାପ ହେବାର ମଧ୍ୟ ସମ୍ଭାବନା ଥାଏ। ଯେପରିକି ସେଓ ଅତ୍ୟଧିକ ସେବନ କଲେ ସ୍ୱାସ୍ଥ୍ୟ ବିଗିଡିବାର ସମ୍ଭାବନା ଥାଏ।

ଆପଣ ପିଲାଦିନରୁ ଏହି ପ୍ରବାଦ ଶୁଣୁଥିବେ ନିଶ୍ଚୟ, ସୁସ୍ଥ ରହିବା ପାଇଁ ଡାକ୍ତରମାନେ ଜଣେ ବ୍ୟକ୍ତିଙ୍କୁ ପ୍ରତିଦିନ ଏକ ସେଓ ବା ଆପଲ୍ ଖାଇବାକୁ ପରାମର୍ଶ ଦିଅନ୍ତି। ଭିଟାମିନ୍, ପୋଟାସିୟମ୍, ଫସଫରସ୍, ମ୍ୟାଗ୍ନେସିୟମ୍ ଏବଂ ଆଇରନ୍ ପରି ପୁଷ୍ଟିକର ଖାଦ୍ୟ ସେଓରେ ପ୍ରଚୁର ପରିମାଣରେ ମିଳିଥାଏ। ଯାହା ଅନେକ ରୋଗକୁ ଦୂରରେ ରଖିବାରେ ସାହାଯ୍ୟ କରିଥାଏ। ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ସତ୍ତ୍ୱେ ଆପଣ ଜାଣନ୍ତି କି ଏହାର ଅତ୍ୟଧିକ ବ୍ୟବହାର ଆପଣଙ୍କୁ ଲାଭ ବଦଳରେ କ୍ଷତି ପହଞ୍ଚାଇପାରେ। ଆସନ୍ତୁ ଜାଣିବା କିପରି-

ହଜମ ପ୍ରକ୍ରିୟା-
ଜଣେ ବ୍ୟକ୍ତିଙ୍କୁ ସୁସ୍ଥ ରଖିବାରେ ଫାଇବର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସେଓରେ ଫାଇବର ଭରପୂର ଥାଏ। କିନ୍ତୁ ଯଦି ଶରୀରରେ ଫାଇବରର ପରିମାଣ ବଢିଯାଏ ତେବେ ଏହା ହଜମ ସହ ଜଡିତ ଅନେକ ସମସ୍ୟା ସୃଷ୍ଟି କରିପାରେ। ଫାଇବରର ଅଧିକ ସେବନ ଦ୍ୱାରା ପେଟ ଫୁଲିବା ଏବଂ କୋଷ୍ଠକାଠିନ୍ୟ ହୋଇପାରେ। ଯଦି ଆପଣ ଗୋଟିଏ ଦିନରେ 70 ଗ୍ରାମରୁ ଅଧିକ ଫାଇବର ଖାଉଛନ୍ତି, ତେବେ ହଜମ ସହ ଜଡିତ ସମସ୍ୟା ଉପୁଜିପାରେ।

ମୋଟାପଣ-
ସାଧାରଣ ସେଓରେ ପ୍ରାୟ ୨୫ ଗ୍ରାମ କାର୍ବୋହାଇଡ୍ରେଟ୍ ମିଳିଥାଏ। ଯଦି ଆପଣ ପ୍ରତିଦିନ ଅଧିକ ମାତ୍ରାରେ ସେଓ ଖାଆନ୍ତି, ତେବେ ଆପଣ ମୋଟାପଣର ଶିକାର ହୋଇପାରନ୍ତି। ସୁସ୍ଥ ରହିବା ପାଇଁ ନିୟମିତ ଭାବେ ଗୋଟିଏ ଆପଲ ଖାଇବା ଯଥେଷ୍ଟ।

ଅସନ୍ତୁଳିତ ମଧୁମେହ-
ଚିନି ଏବଂ କାର୍ବୋହାଇଡ୍ରେଟ୍ ସେଓରେ ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ। ସେଓର ଅତ୍ୟଧିକ ବ୍ୟବହାର ଆପଣଙ୍କ ରକ୍ତରେ ଶର୍କରା ସ୍ତର ବଢି ପାରେ।

ଦାନ୍ତ ନଷ୍ଟ ହୋଇପାରେ-
ଯଦି ଆପଣ ଅଧିକ ସେଓ ଖାଆନ୍ତି, ତେବେ ଏହା ଆପଣଙ୍କ ଦାନ୍ତକୁ ମଧ୍ୟ କ୍ଷତି ପହଞ୍ଚାଇପାରେ। ସେଓରେ ଏସିଡ୍ ଥାଏ, ତେଣୁ ସେଗୁଡିକର ଅତ୍ୟଧିକ ବ୍ୟବହାର ଦାନ୍ତକୁ ନଷ୍ଟ କରିପାରେ।

ଆଲାର୍ଜି-
ଯେଉଁ ବ୍ୟକ୍ତିଙ୍କୁ ଫଳ ସେବନ ଦ୍ୱାରା ଆଲାର୍ଜି ହୁଏ ସେମାନେ ଅଧିକ ସେଓ ଖାଇବା ଅନୁଚିତ। ଆଲର୍ଜି ସମସ୍ୟାରେ ସେଓ ଖାଇବା ଦ୍ୱାରା ପେଟ ଯନ୍ତ୍ରଣା, ବାନ୍ତି ଏବଂ କଷ୍ଟକାଠିନ୍ୟ ଭଳି ସମସ୍ୟା ସୃଷ୍ଟି ହୋଇପାରେ।

Leave A Reply

Your email address will not be published.