Latest Odisha News

BREAKING NEWS

ଗୁଗୁଲର ନୂଆ ସେବା ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’; ଛଅ ଘଣ୍ଟା ପୂର୍ବରୁ କରିବ ପାଣିପାଗର ସୂଚନା !

ଭୁବନେଶ୍ୱର: ଗୁଗୁଲ ସବୁବେଳେ କିଛି ନୂଆ ନୂଆ ଟେକ୍ନୋଲୋଜି କୁ ଦିନକୁ ଦିନ ନୂଆ ନୂଆ ପ୍ରଣାଳୀରେ କିଛି କରିବାରେ ଲାଗିଛି | ନିକଟରେ କ୍ୟାନ୍ସର ଭଳି ମାରାତ୍ମକ ରୋଗର ସଠିକ ଚିହ୍ନଟ କରିବାରେ ଚର୍ଚ୍ଚା ରେ ଥିଲାବେଳେ ଏବେ ଆଉ ଗୋଟେ ନୂଆ ଟେକ୍ନୋଲୋଜି ଆଣିବାକୁ ଯାଉଛି | କମ୍ପାନୀ ଦାବୀ କରିଛି ଯେ ଛଅ ଘଣ୍ଟା ପୂର୍ବରୁ ମୌସମ ସଠିକ ସୂଚନା ଦେଇପାରିବ | ଏହି ରିସର୍ଚ୍ଚ ରେ ବହୁତ ଆଶାଜନକ ସଫଳତା ପ୍ରମାଣ କରିଛି |

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI) ସାହାଯ୍ୟରେ ମିଳିଛି ସଠିକ ଆଲର୍ଟ:

ନିକଟରେ ଗୁଗୁଲ ନିଜ ସପ୍ତାହିକ ଏକ ବ୍ଲଗ ପୋଷ୍ଟ ରେ ନୂଆ ରିସର୍ଚ୍ଚ ସମ୍ପର୍କରେ କହିଛି | ଏହି ରିସର୍ଚ୍ଚ ଅନୁସାରେ ଗୁଗୁଲ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମେସିନ ଲର୍ଣିଂ ସାହାଯ୍ୟ ରେ ପାଣିପାଗ ର ପୂର୍ବାନୁମାନ ଲଗାଇବାରେ ବହୁତ ସଠିକ ପ୍ରମାଣିତ କରିଛନ୍ତି | ଏ ସମ୍ପର୍କରେ ବିଶେଷଜ୍ଞ ଙ୍କ କହିବାକଥା ଯେ ଜଲଦି ଗୁଗୁଲ ପାଣିପାଗର ପୂର୍ବାନୁମାନ କ୍ଷେତ୍ରରେ ପାଦ ରଖିବାକୁ ଯାଉଛି | ବର୍ତ୍ତମାନ କମ୍ପାନୀ ଏହାକୁ ତାର ସେବା ସମୂହରେ ସାମିଲ କରିନାହିଁ ହେଲେ ଏହି ସେବାକୁ ବ୍ୟବସାୟ ଭିତ୍ତିରେ ଲଞ୍ଚ କରିପାରେ | ପାଣିପାଗ ସମ୍ପର୍କରେ ଦରକାରୀ ତଥ୍ୟ କୃଷି କ୍ଷେତ୍ର ପାଇଁ ବହୁତ ଫାଇଦା ଦେବ |

କାହିଁକି ଡେରୀ ହେଉଛି ବର୍ତ୍ତମାନର ପାଣିପାଗ ପୂର୍ବାନୁମାନ?

ଗୁଗୁଲ ଅଧିକାରୀଙ୍କ କହିବା କଥା ବର୍ତ୍ତମାନ ପରିସ୍ଥିତିରେ ସାଟେଲାଇଟ ରୁ ମିଳୁଥିବା ତଥ୍ୟକୁ ଏକ ପ୍ରକ୍ରିୟା ରେ ସୁପରକମ୍ୟୁଟର ସାହଯ୍ୟ ରେ ପ୍ରୋସେସ କରାଯାଏ | ବର୍ତ୍ତମାନ ପ୍ରୋସେସିଂ ର ପ୍ରକ୍ରିୟା ଶେଷ ହେବା ଓ ତଥ୍ୟ ମିଳିବା ପର୍ଯ୍ୟନ୍ତ ବହୁତ ଡେରୀ ହୋଇଯାଉଛି | ଗୁଗୁଲ କହିଛି ଯେ କମ୍ପାନୀ ସବୁ ଜଟିଳ ପ୍ରୋସେସ ହଟାଇ ସିଧା ମହଜୁଦ ଥିବା ରାଡାର ରୁ ମିଳୁଥିବା ତଥ୍ୟ ଆଧାରରେ ସଠିକ ତଥ୍ୟ ଦେଇପାରୁଛନ୍ତି | ବର୍ତ୍ତମାନ ପର୍ଯ୍ୟନ୍ତ ଦିଆଯାଇଥିବା ପୂର୍ବାନୁମାନ ସଠିକ ପ୍ରମାଣିତ ହୋଇଛି |

Leave A Reply

Your email address will not be published.