Latest Odisha News

BREAKING NEWS

ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କ ଭୂମିକା..

ଭୁବନେଶ୍ୱର: ଭାରତକୁ ସ୍ୱାଧୀନତା ପ୍ରଦାନ କରିବାରେ ଯେଉଁ କେତେଜଣ ସଂଗ୍ରାମୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ସୁଭାଷ ଚନ୍ଦ୍ର ବୋଷ । ଯିଏକି ଜନମାନସରେ ନେତାଜୀ ଭାବେ ଖୁବ୍ ପରିଚିତ ଥିଲେ ।

ପିତା ଜାନକୀ ନାଥ ବୋଷ ଓ ମାତା ପ୍ରଭାବତୀ ଦେବୀଙ୍କ ଠାରୁ ଏହି ଦିନରେ ଜନ୍ମଗ୍ରହଣ କରିଥିଲେ ସୁଭାଷ । ତାଙ୍କ ପିତା ବତ୍ତିରେ ଜଣେ ଆଇନଜୀବୀ ହୋଇଥିବା ବେଳେ ସେ ୧୪ ଜଣ ଭାଇ ଭଉଣୀଙ୍କ ମଧ୍ୟ ନବମରେ ଥିଲେ ।

୧୯୦୨ ମସିହାରେ ପ୍ରାଥମିକ ଶିକ୍ଷା ନିମେନ୍ତ କଟକ ପ୍ରୋଟେଷ୍ଟାଣ୍ଡ ସ୍କୁଲଠାରେ ସୁଭାଷଙ୍କ ନାମ ଲେଖାଯାଇଥିଲା । ସେହି ସମୟରେ ଉକ୍ତ ସ୍କୁଲର ନିୟମ ଅନୁଯାୟୀ ଭାରତରେ ଜନ୍ମ ଗ୍ରହଣ କରିଥିବା ଛାତ୍ର ଯେତେଭଲ ନଂ ରଖିଥିଲେ ମଧ୍ୟ ସେମାନଙ୍କୁ ବୃତ୍ତି ଦେବା କ୍ଷେତ୍ରରେ ପାନ୍ତର ଅନ୍ତର କରାଯାଉଥିଲା । ଏହାକୁ ନେଇ ଖୁବ କମ ବୟସରୁ ନେତାଜୀଙ୍କ ମନରେ ବିଦ୍ରୋହର ବହ୍ନି ଜଳିବା ଆରମ୍ଭ କରିଥିଲା।

ପରବର୍ତ୍ତୀ ସମୟରେ ୧୯୦୯ ମସିହାରେ ରେଭେନ୍ସା କଲେଜିଏଟରେ ତାଙ୍କର ନାମ ଲେଖାଯାଇଥିଲା । ୧୯୦୮ ମସିହାରେ ଅନ୍ୟତମ ସ୍ୱାଧୀନତା ସଂଗ୍ରାମୀ ଖୁଦୀରାମଙ୍କୁ ଇଂରେଜ ସରକାରଙ୍କ ଦ୍ୱାରା ଫାଶୀ ଦିଆଯାଇଥିଲା । ଏହାର ଗଭୀର ପ୍ରଭାବ ସୁଭାଷଙ୍କ ଉପରେ ପଡିଥିଲା । ଛାତ୍ର ଜୀବନରେ ସେ ସମସ୍ତଙ୍କର ପ୍ରିୟ ପାତ୍ର ହୋଇଥିଲେ ।

ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ସେ ଅନେକ ଥର କାରାବରଣ କରିଥିଲେ ମଧ୍ୟ ଭାରତକୁ ସ୍ୱାଧୀନତା ପ୍ରଦାନ ଲାଗି ଲଢେଇ ଜାରି ରଖିଥିଲେ । ସେଥିପାଇଁ ସେ ୧୯୪୧ ମସିହାରେ ଭାରତର ସୀମାନ୍ତ ଅତିକ୍ରମ କରି ଆଫଗାନିସ୍ତାନ ଓ ସୋଭିଏତ୍ ଋଷ ଦେଇ ବର୍ଲିନଠାରେ ପହଞ୍ଚିଥିଲେ । ଅହିଂସା ନୀତିରେ ବିଶ୍ୱାସ କରୁଥିବା ନେତାଜୀ ଭାରତକୁ ଇଂରେଜ କବଳରୁ ମୁକ୍ତ କରିବା ଲାଗି ଜର୍ମାନୀର ନାଜି ଶାସକ ହିଟଲରଙ୍କୁ ସାହାର୍ଯ୍ୟ ମାଗିଥିଲେ ।

ସେଠାରେ ରହି ଇଂରେଜ ମାନଙ୍କ ବିରୋଧରେ ଲଢେଇ କରିବା ପାଇଁ ସେ ଭାରତବାସୀଙ୍କୁ ମଧ୍ୟ ଆହ୍ୱାନ ଦେଇଥିଲେ । ପରବର୍ତ୍ତୀ ସମୟରେ ସେ ପ୍ରବାସୀ ଭାରତୀୟ ଓ ଯୁଦ୍ଧ ବନ୍ଦୀମାନଙ୍କୁ ନେଇ ସ୍ୱାଧୀନତା ଲିଗ୍ ଗଠନ କରିଥିଲେ । ପରେ ସିଙ୍ଗାପୁରଠାରେ ‘ଆଜାନ୍ଦ ହିନ୍ଦ ଫୌଜ’ର ଦାୟିତ୍ୱ ଗ୍ରହଣ କରିବା ସହ ସେଠାରେ ଏକ ଅସ୍ଥାୟୀ ସ୍ୱାଧୀନ ସରାର ଗଠନ କରିଥିଲେ ।

ସେହିଠାରୁ ହିଁ ସେ ‘ଦିଲ୍ଲୀ ଚଲୋ’ ପାଇଁ ଆହ୍ୱାନ ହେଇଥିଲେ ସୁଭାଷ ଏବଂ ଏଥିସହିତ ଆରମ୍ଭ ହୋଇଥିଲା ଆଜାଦ ହିନ୍ଦ ଫୌଜର ଅଭିଯାନ ।

ଉଲ୍ଲେଖଯୋଗ୍ୟ, ସୁଭାଷ ବୋଷ ତଥା ନେତାଜୀ ସୁଭାଷ ବୋଷ ଭାବରେ ପରିଚିତ ମହାନାୟକଙ୍କ ଜନ୍ମ ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ କଟକ ଜିଲ୍ଲାରେ ହୋଇଥିଲା ।

ଭାରତକୁ ସ୍ୱାଧୀନତା ପ୍ରଦାନ କରିବା ଦିଗରେ ତାଙ୍କର ମଧ୍ୟ ଅନନ୍ୟ ଭୂମିକା ରହିଛି । ଏପରିକି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଇଂରେଜମାନଙ୍କ ବିରୋଧରେ ଲଢେଇ କରିବା ଲାଗି ଜାପାନ ସହାୟତାରେ ସେ ଆଜାନ୍ଦ ହିନ୍ଦ ଫୌଜ ଗଠନ କରିଥିଲେ ।

Leave A Reply

Your email address will not be published.