Latest Odisha News

BREAKING NEWS

ଚାଷୀ ହିଁ ଦେଶ ଓ ଅର୍ଥନୀତିର ପ୍ରକୃତ ଶକ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଜନତା ମଇଦାନ ଠାରେ ‘କୃଷି ଓଡିଶା ୨୦୨୦’ର ଉଦଘାଟନ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି “ଆମେ ଚାହୁଁଛୁ ମୋ ରାଜ୍ୟରେ ଚାଷୀ ସମ୍ମାନର ସହ ବଞ୍ଚି ରହୁ । ନୂଆ ନୂଆ ବୈଷୟିକ କୌଶଳ ପ୍ରୟୋଗ କରି କୃଷି କ୍ଷେତ୍ରରେ ଆଗୁଆ ରହିବା ସହ ଚାଷୀ ପରିବାର ଖୁସିରେ ରହୁ । କୃଷିକୁ ଏକ ଲାଭବାନ ବୃତ୍ତି କରିବା ଲାଗି ରାଜ୍ୟ ସରକାରଙ୍କର ବିଭିନ୍ନ କୃଷି କାର୍ଯ୍ୟକ୍ରମର ସୁଯୋଗ ନେବା ଉପରେ ଗୁରୁତ୍ୱ ଦେବା ସହ କୃଷି ଓ କୃଷକର ବିକାଶ ପାଇଁ ତାଙ୍କ ସରକାର ସବୁବେଳେ ପ୍ରତିବଦ୍ଧ । ଏହାବ୍ୟତିତ ସେ ଚାଷୀଙ୍କୁ ଦେଶ ଓ ଅର୍ଥନୀତିର ଶକ୍ତି ବୋଲି ମଧ୍ୟ ବିବେଚିତ କରିଥିଲେ ।

ଅପରପକ୍ଷରେ ଏହି ସମାରୋହରେ କୃଷି ମନ୍ତ୍ରୀ ଅରୁଣ ସାହୁ, କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ର, କେନ୍ଦ୍ର ସରକାରଙ୍କ ସାର ବିଭାଗର ସଚିବ ଛବିନ୍ଦ୍ର ରାଉଳ, ଏଫଆଇସିସିଆଇର ମହାସଚିବ, କୃଷି ବିଭାଗର ପ୍ରମୁଖ ସଚିବ ଓ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ସଚିବ ପ୍ରଭୂ ପ୍ରସାଦ ପ୍ରମୁଖ ଅଂଶ ଗ୍ରହଣ କରି ଉଦବୋଧନ ଦେଇଥିଲେ ।

ଏହାବ୍ୟତିତ ୧୦ ଜଣ ଆଗୁଆ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବା ସହ ନବନିଯୁକ୍ତ ସହକାରୀ କୃଷି ଅଧିକାରୀ ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ଏହାବ୍ୟତିତ ନୂତନ କୃଷି ନୀତି ‘ସମୃଦ୍ଧି’ର ଶୁଭ ଉନ୍ମୋଚନ କରିଥିଲେ ।

‘କୃଷି ଓଡିଶା ୨୦୨୦’ ଅବସରରେ ଆୟୋଜିତ ପ୍ରଦର୍ଶନୀରେ ପାଖାପାଖି ୨୧୮ଟି ଷ୍ଟଲ୍ ଖୋଲା ଯାଇଥିବା ବେଳେ ଏଥିରେ ଦେଶର ଅନେକ ପ୍ରସିଦ୍ଧ କୃଷି ଉଦ୍ୟୋଗୀମାନେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.