Latest Odisha News

ମୋଦିଙ୍କ ଜନ୍ମ ଦିନରେ ଶସ୍ୟଦାନାରେ ଶୁଭେଚ୍ଛା

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ତମ ଜନ୍ମ ଦିବସ । ମୋଦି ଙ୍କ ଜନ୍ମଦିନ ଅବସରରେ ଚିତ୍ରଶିଳ୍ପୀ ପ୍ରିୟଙ୍କ ଏକ ନିଆରା ଢଙ୍ଗରେ ମୋଦିଙ୍କ ଚିତ୍ର କରିଛନ୍ତି । ପେଶାରେ ଜଣେ ଇଞ୍ଜିନିୟର ହୋଇଥିବା ବେଳେ ନିଶା କିନ୍ତୁ ତାଙ୍କର ଚିତ୍ର ଆଙ୍କିବା । ଆଉ ଏହି ଚିତ୍ର ମାଧ୍ୟମରେ ସେ ମୋଦିଙ୍କ ଜନ୍ମ ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରିୟଙ୍କା ୮ ଫୁଟ୍‌ ଉଚ୍ଚ ଏବଂ ୪ ଫୁଟ୍‌ ଓସାରର ଗୋଟାଏ ପ୍ଲାଇ ବୋର୍ଡରେ ଶସ୍ୟ ଦାନା ଲଗାଇ ତାଙ୍କର ପ୍ରତିକୃତି ତିଆରି କରିଛନ୍ତି  ।  ଚାଉଳ, ମୁଗ ଓ ହରଡ଼ ଜାଇ ଏବଂ ଚୁଡ଼ାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହି ଆକର୍ଷଣୀୟ ପ୍ରତିକୃତି ତିଆରି କରିଛନ୍ତି । ଏଥିରେ ସେ ଓଡ଼ିଶାର ପ୍ରସିଦ୍ଧ କଳାକୃତି ‘ପଟ୍ଟଚିତ୍ର’ ଏବଂ କୋଣାର୍କସ୍ଥିତ ସୂର୍ଯ୍ୟମନ୍ଦିର ଚକ୍ରର ଚିତ୍ର ମଧ୍ୟ କରିଛନ୍ତି ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ଉପହାର । ଭାରତକୁ ବିଶ୍ବର ଶକ୍ତିଶାଳୀ ଦେଶରେ ପରିଣତ କରାଇବା ପାଇଁ ତାଙ୍କ ଜନ୍ମଦିନ ଅବସରରେ ସେ ଅନୁରୋଧ କରିଛନ୍ତି ।  ‘ପ୍ଲାଇ’ ବୋର୍ଡ ଉପରେ ତିଆରି ଏହି ପ୍ରତିକୃତିରେ ମୋଦିଙ୍କ ବକ୍ଷରେ ଭାରତର ମାନଚିତ୍ର କରାଯାଇଛି ।

ଏହାର ଅର୍ଥ ହେଉଛି, ମୋଦି ହେଉଛନ୍ତି ସମଗ୍ର ଭାରତବାସୀଙ୍କ ନେତା ଏବଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ତାଙ୍କ ହୃଦୟ ସ୍ପନ୍ଦିତ । ଭାରତ ଏକ କୃଷି ପ୍ରଧାନ ଦେଶ ହୋଇଥିବାରୁ ଆମେ ଶସ୍ୟକୁ ପୂଜା କରୁ । ତେଣୁ, ପ୍ରଧାନମନ୍ତ୍ରୀଙ୍କ ପ୍ରତିକୃତି ତିଆରି ପାଇଁ ମୁଁ ଶସ୍ୟଦାନାକୁ ହିଁ ବାଛିଲି। ଏଥିପାଇଁ ତାଙ୍କୁ ଦୁଇ ଦିନ ସମୟ ଲାଗିଥିବା କହିଛନ୍ତି ପ୍ରିୟଙ୍କା ।

 

Comments are closed.