ଭୁବନେଶ୍ୱର: ଆଜି ହେଉଛି ଜାତୀୟ ବାଳିକା ଶିଶୁ ଦିବସ । ଦେଶରେ ଏବେ ଏମାନଙ୍କ ସୁରକ୍ଷା ନେଇ ବଢିଛି ଚିନ୍ତା । ସେମାନଙ୍କ ଲାଳନ ପାଳନରୁ ନେଇ ଶିକ୍ଷା ପର୍ଯ୍ୟନ୍ତ। ତା ସହିତ ସମାଜରେ ସେମାନଙ୍କର ଅଧିକାର ପାଇଁ ସଚେତନତା ସୃଷ୍ଟି କରାଯାଉଛି ।
ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ନେଇ ସେମାନଙ୍କୁ ସଶାକ୍ତ ଅ୍ଧମ ସଚେତନ କରିବା ରହିଛି ମୂଳ ଲକ୍ଷ୍ୟ ଆଉ ଚଳିତ ବର୍ଷର ଥିମ୍ । ଝିଅ ମାନଙ୍କୁ କେବଳ ସୁସ୍ଥ ଜୀବନ ନୁହେଁ ସ୍ୱାଧୀନ ଭାବରେ ଜୀବନ ଅତିବାହିତ କରିବାକୁ ସୁଯୋଗ ଦିଆଯିବା ଦରକାର ।
ଏନେଇ ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ କିଛି ପେଣ୍ଟିଂ କରିଛନ୍ତି । ୪ଟି ଅଣ୍ଡା ସହାଯ୍ୟରେ ମାତୃ ଗର୍ଭ ଆଉ ଆଉ ଏକ ଝିଅର ଜନ୍ମ ନେଇ କରିଛନ୍ତି ସଚେତନ। ଦୁନିଆରେ ଏକ ଝିଅ ଜନ୍ମ ନେବା ପରେ ତାର ସ୍ୱପ୍ନ ଆଉ ଉଜ୍ୱଳ ଭବିଷ୍ୟତ ନେଇ ସମାଜରେ ସଚେତନ କରିଛନ୍ତି ପ୍ରିୟଙ୍କା।
ଏହି ଅଣ୍ଡାରେ କଲର ଦେଇ ସୁନ୍ଦର ଭାବେ ପେଣ୍ଟିଂ ମାଧ୍ୟମରେ ସଚେତନ କରିଛନ୍ତି। ଏହି ପେଣ୍ଟିଂ କରିବାକୁ ତାଙ୍କୁ ୧ଘଣ୍ଟା ସମୟ ଲାଗିଥିଲା।
ଏହି ସୁନ୍ଦର ପେଣ୍ଟିଂ ଜରିଆରେ ପ୍ରିୟଙ୍କା ସମସ୍ତ ଝିଅ ମାନଙ୍କୁ ଜାତୀୟ ବାଳିକା ଶିଶୁ ଦିବସରେ ଶୁଭେଚ୍ଛା ଜଣାଇଛନ୍ତି । . . .
Comments are closed.