Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] କାର୍ଡ଼ବୋଡ କ୍ରାଫ୍ଟରେ ଚିତ୍ରଶିଳ୍ପୀଙ୍କ ମହିଳା ଦିବସର ଶୁଭେଚ୍ଛା

ଭୁବନେଶ୍ୱର : ମହିଳା ଦିବସ ଅବସରରେ ବିଭିନ୍ନ ସ୍ଥାନରେ ମହିଳାଙ୍କୁ ସମ୍ମାନୀତ କରାଯାଉଛି। ସେହିଭଳି ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ଏକ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି । ଏକ ବଡ଼ ୧୦.୫ଫୁଟ ଲମ୍ବା ଇଅର ରିଙ୍ଗ ତିଆରି କରିଛନ୍ତି । ସେଥିରେ ବିଶିଷ୍ଟ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କଠାରୁ ନେଇ କଳ୍ପନା ଚାୱାଲା, କମଲା ହ୍ୟାରିସ୍, ମଦର ଟେରେସା, କୁନ୍ତଳା କୁମାରୀ ସାବତ, ପି.ଭି ସିନ୍ଧୁ, ମିସେଲ ଓବାମା ଓ ପ୍ରିୟଙ୍କା ଚୋପ୍ରାଙ୍କ ଫଟୋ ସ୍ଥାନୀତ କରିଛନ୍ତି ।

ଏତେ ଲମ୍ବାର ଏହି ଇୟର ରିଙ୍ଗଟି ଦେଖିବାକୁ ବେଶ ଆକର୍ଷଣୀୟ ହୋଇଛି। ଏହି କାର୍ଡ଼ବୋଡର କ୍ରାଫ୍ଟଟି କରିବାକୁ ତାଙ୍କୁ ପ୍ରାୟ ଗୋଟିଏ ଦିନ ସମୟ ଲାଗିଥିଲା।

Comments are closed.