ନୂଆଦିଲ୍ଲୀ: ଦିନ ଥିଲା ରାମାନନ୍ଦ ସାଗରଙ୍କ ସିରିଏଲ ‘ରାମାୟଣ’ର ବିଭିନ୍ନ ଭୂମିକାରେ ଅଭିନୟ କରିଥିବା ପ୍ରତ୍ୟେକ ଚରିତ୍ର ଘରେ ଘରେ ପରିଚିିତ ହୋଇଥିଲେ । ଏହି ସିରିଏଲରେ ରାମ ଏବଂ ସୀତା ଭୂମିକାରେ ନଜର ଆସିଥିବା ଅଭିନେତା ଅରୁଣ ଗୋବିଲ ଏବଂ ଅଭିନେତ୍ରୀ ଦୀପିକା ଚିଖ୍ଲିଆଙ୍କୁ ପ୍ରକୃତରେ ପ୍ରଭୁ ରାମ ଏବଂ ସୀତା ବୋଲି ଦର୍ଶକମାନେ ଗ୍ରହଣ କରୁଥିଲେ । ଏହି କଳାକାରମାନେ ବିଭିନ୍ନ ଚରିତ୍ରରେ ଅଭିନୟ କରିବାର ବହୁ ବର୍ଷ ବିତିଯାଇଥିଲେ ମଧ୍ୟ ଏବେ ବି ଦର୍ଶକଙ୍କ ମଧ୍ୟରେ ସେମାନେ ପରିଚିତ ହୋଇ ରହିଛନ୍ତି । ଦର୍ଶକମାନେ ଅରୁଣ ଗୋବିଲ ଏବଂ ଦୀପିକାଙ୍କୁ ରାମସୀତା ଭାବେ ପୂଜା ବି କରୁଛନ୍ତି ।
ଖୁବ୍ଶୀଘ୍ର ଅଭିନେତା ଅରୁଣ ଗୋଭିଲ ବଡ ପରଦାରେ ନଜରକୁ ଆସିବେ । ନିକଟରେ ସେ ତାଙ୍କର ଆଗାମୀ ଫିଲ୍ମର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ରାମ ମନ୍ଦିର ନିର୍ମାଣ ଉପରେ ନିର୍ମିତ ଫିଲ୍ମ ‘୬୯୫’ ରେ ନଜର ଆସିବେ ।
ସୋସିଆଲ ମିଡିଆରେ ସେୟାର ହୋଇଥିବା ଫଟୋରେ ଅରୁଣ ଲମ୍ବା ଲମ୍ବା ଧଳା ଦାଢି ଓ ଚୁଟି ରଖିବା ସହ କପାଳରେ ତିଲକ ଲଗାଇଛନ୍ତି । ଏହି ଲୁକରେ ତାଙ୍କୁ ଚିହ୍ନିବା ବହୁତ କଷ୍ଟକର । ଏହି ଫିଲ୍ମରେ ସେ ବାବା ଅଭିରାମ ଦାସଙ୍କ ଭୂମିକାରେ ନଜର ଆସିବେ । ତାଙ୍କର ଏହି ଲୁକ୍ ସାମ୍ନାକୁ ଆସିବା ପରେ ତାଙ୍କୁ ପରଦାରେ ଦେଖିବା ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି । ଏଥିସହ ଏହି ଲୁକ୍କୁ ଅନେକ ପ୍ରଶଂସା କରିବା ସହ ପସନ୍ଦ ବି କରିଛନ୍ତି । ଅରୁଣ କୁହନ୍ତି, “ରାମଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ଭାରତୀୟ ଏହି ଫିଲ୍ମକୁ ଭଲ ପାଇବେ” । ରାମ ମନ୍ଦିର ନିର୍ମାଣରେ ବାବା ଅଭିରାମ ଦାସଙ୍କ ଅବଦାନ ବହୁତ ରହିଛି ବୋଲି ସେ କହିଛନ୍ତି ।
Comments are closed.