Latest Odisha News

BREAKING NEWS

ପୋଲିସ ପରିଚୟ ଦେଇ ଲୁଟ୍ କରୁଥିଲେ ମୋବାଇଲ୍, ୩୩ଟି ଫୋନ୍ ଜବତ

ରାଉରକେଲା: ପୋଲିସ ପରିଚୟ ଦେଇ ଚୋରି । ଧମକ ଦେଇ ଡରାଇ ନେଇ ଯାଉଥିଲେ ମୋବାଇଲ୍ । ରାଉରକେଲା ପୋଲିସ ହାତରେ ଧରା ପଡ଼ିଥିବା କଳା ମୁଖା ପିନ୍ଧିଥିବା ବାବୁ ଜଣଙ୍କ ହେଉଛନ୍ତି ନକଲି ପୋଲିସ । ଏବେ ପୋଲିସ ତାଙ୍କ ହାତରେ ହାତକଡ଼ି ପକାଇବା ସହ ୩୩ଟି ଫୋନ୍ ଜବତ କରିଛି ।

ରାଉରକେଲାର ବିଭିନ୍ନ ସ୍ଥାନରୁ ଜଗନ୍ନାଥ ମୋବାଇଲ୍ ଲୁଟ୍ କରୁଥିଲା । ଲୋକଙ୍କୁ ପୋଲିସ ପରିଚୟ ଦେଇ କେତେବେଳେ ଧମକାଉଥିଲା ତ ଆଉ କେବେ ଡରାଇ ନେଇ ଯାଉଥିଲା ମୋବାଇଲ୍ । ବଣେଇ ଅଞ୍ଚଳର ଜଗନ୍ନାଥ ଷ୍ଟିଲ୍ ସିଟିରେ ମୋବାଇଲ୍ ଲୁଟ୍ ପାଇଁ ନିଜକୁ ପୋଲିସ ବୋଲି କହି ବୁଲୁଥିଲା । ନିକଟରେ ପୋଲିସ ପରିଚୟ ଦେଇ ଜଣଙ୍କ ଠାରୁ ମୋବାଇଲ୍ ନେଇ ଯାଇଥିଲା ଜଗନ୍ନାଥ । ଏନେଇ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

ଅଭିଯୁକ୍ତ ଜଗନ୍ନାଥ ବିରୋଧରେ ୨ଟି ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ୩୩ଟି ମୋବାଇଲ୍ ଫୋନ୍ ଜବତ କରିଛି । ଜବତ ମୋବାଇଲ୍ ସବୁର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ । ତେବେ ମୋବାଇଲ୍ ଲୁଟରେ ଜଗନ୍ନାଥ ସହ ଆଉ କିଏ ଜଡ଼ିତ ସେନେଇ ତଦନ୍ତ ଚାଲିଥିବା କହିଛି ପୋଲିସ ।

Leave A Reply

Your email address will not be published.