Latest Odisha News

BREAKING NEWS

ଓଃ ମାଇ ଗଡ୨ରେ ଅଭିନୟ କରିବେ ରାମାୟଣ ଫେମ୍ ଅରୁଣ ଗୋଭିଲ

ମୁମ୍ବାଇ: ଓଃ ମାଇ ଗଡ ୨ରେ ଲୋକପ୍ରିୟ ସିରିୟଲ ରାମାୟଣରେ ଶ୍ରୀରାମ ଭୂମିକା କରି ଘରେ ଘରେ ପରିଚିତ ହୋଇଥିବା ଅରୁଣ ଗୋଭିଲ ଅଭିନୟ କରିବେ । ଏହି ଫିଲ୍ମରେ ବି ସେ ଶ୍ରୀରାମଙ୍କ ଭୂମିକା କରିବେ । ପ୍ରଡ୍ୟୁସର ଅଶ୍ୱୀନ ବର୍ଦେ ଏବଂ ଅକ୍ଷୟ କୁମାର ଭଗବାନ ରାମଙ୍କ ଭୂମିକା ପାଇଁ ଶେଷରେ ଅରୁଣଙ୍କ ମନାଇବାରେ ସଫଳ ହୋଇଛନ୍ତି ।

ଏହି ଫିଲ୍ମରେ ପଙ୍କଜ ତ୍ରିପାଠୀ ଏବଂ ୟାମି ଗୌତମ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବେ । ଓଃ ମାଇ ଗଡ ଧାର୍ମିକ ମନୋଭାବ, ବିଶ୍ୱାସ ଓ ଅନ୍ଧବିଶ୍ୱାସ ଉପରେ ପର୍ଯ୍ୟବେଶିତ ଥିଲା । ଏହାର ସିକ୍ୱେଲ ଶିକ୍ଷା ପ୍ରଣାଳୀ ଉପରେ ଆଧାରିତ ହେବ । ୨୩ ଅକ୍ଟୋବରରେ ସମ୍ପୂର୍ଣ୍ଣ ଟିମ ଶୁଟିଂ ପାଇଁ ଉଜ୍ଜୈନ ଯିବେ ।

Leave A Reply

Your email address will not be published.