କୋଲକାତା: ଭାରତର ପୂର୍ବତନ କ୍ରିକେଟ ଖେଳାଳି ଅରୁଣ ଲାଲ ୬୬ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । କୋଲକାତାର ପିୟରଲେସ ହୋଟେଲରେ ମେ ୨ରେ ଏହି ବିବାହ ହେବା ନେଇ କାର୍ଡ ମଧ୍ୟ ଛପା ସରିଛି । ଅରୁଣ ତାଙ୍କଠାରୁ ୨୮ ବର୍ଷ ସାନ ବୁଲବୁଲକୁ ଦୀର୍ଘ ଦିନ ହେବ ଭଲ ପାଉଥିଲେ । ୨୦୧୬ରେ ଅରୁଣ ଲାଲଙ୍କୁ କ୍ୟାନସର ହେବାରୁ ସେ କ୍ରିକେଟ କଂମେଟ୍ରି ଛାଡି ଦେଇଥିଲେ ।
ଏବେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ପରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ୧୯୮୨ରେ ସେ ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ଆନ୍ତର୍ଜାତୀୟ କ୍ରିକେଟରେ ସେ ୧୬ ଟେଷ୍ଟ, ୧୩ ଦିନିକିଆ ଖେଳିଛନ୍ତି । ତାଙ୍କ ପ୍ରଥମ ପତ୍ନୀ ରୀନାଙ୍କ ସହ ଆପୋଷ ବୁଝାମଣାରେ ଉଭୟ ଅଲଗା ହୋଇଥିଲେ ।
Comments are closed.