Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୨୪୮ କୋଟି ଟଙ୍କାର ବଜେଟ ପାରିତ

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୨୪୮ କୋଟି ଟଙ୍କାର ବଜେଟ ପାରିତ ହୋଇଛି । ସେବାୟତ ଗୁରୁକୁଳ ପାଇଁ MOU ଅନୁଧ୍ୟାନ ସରିଥିବା ବେଳେ ସେବାୟତଙ୍କ ବାସଗୃହ ଯୋଜନା ପାଇଁ ଜମି ଚି଼ହ୍ନଟ କରାଯାଇଛି । ଖୁବ ଶୀଘ୍ର ବାସଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ସେହିପରି ମହାପ୍ରଭୁଙ୍କ ବିଭନ୍ନ ଯାତ୍ରା, ପାଳିଆ ସେବକ ପାଉଣା, ଜମି ଅଧିଗ୍ରହଣ ସହାୟତା ରାଶି ଆଦି ଆୟ ଏହି ବଜେଟରେ ରହିଛି ।

ଗୁରୁକୁଳ ନିର୍ମାଣ ପାଇଁ ସୁପ୍ରିମକୋର୍ଟ ୬ କୋଟିର ଆର୍ଥିକ ଅନୁଦାନ ଦେଇଛନ୍ତି ।‌ ଅନ୍ୟପଟେ ଆସନ୍ତା ମେ ମାସ ତିନି ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ଓ ଚନ୍ଦନ ଯାତ୍ରା ଆରମ୍ଭ ହେବ‌ । ତେଣୁ ନୀତିକାନ୍ତି କିଭଳି ଶୃଙ୍ଖଳିତ ହେବ ସେନେଇ ସମସ୍ତଙ୍କ ସହଯୋଗ ଲୋଡ଼ା ଯାଇଛି।

ଗତ ୨୨ ତାରିଖରେ ବଜେଟ ନେଇ ପରିଚାଳନା କମିଟି ଅନୁଷ୍ଠିତ ହୋଇଥିଲେ ମଧ୍ୟ ସମୟ ଅଭାବରୁ ଏହି ବୈଠକ ପୂର୍ଣ୍ଣାଙ୍ଗ ହୋଇପାରିନଥିଲା। ତେଣୁ ଆଜିର ବୈଠକରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ପୁରୀ ବଡଦାଣ୍ଡ ସ୍ଥିତ ନୀଳାଦ୍ରୀ ଭକ୍ତ ନିବାସରେ ଗଜପତି ଦିବ୍ୟାସିଂହ ଦେବଙ୍କ ଅଧକ୍ଷତାରେ ଆଜିର ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଜିଲ୍ଲାପାଳ, ପରିଚାଳନା କମିଟି ସଦସ୍ୟ ଓ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.