Latest Odisha News

BREAKING NEWS

ଆସନ୍ତାକାଲି ଚାଷୀ ନେତାଙ୍କୁ ଭୋଟିବେ କେଜରିଓ୍ବାଲ

ନୂଆଦିଲ୍ଲୀ : ଏବେ ରଣନୀତି ବଦଳାଇଲା ଆମ୍ ଆଦମୀ ପାର୍ଟି । ପଞ୍ଜାବ ପୌର ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଆମ୍ ଆଦମୀ ପାର୍ଟି ନିଜର ରାଜନୈତିକ ଆଭିମୁଖ୍ୟ ବଦଳାଇଛି । ଏଥିପାଇଁ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀ ନେତାଙ୍କୁ ଆସନ୍ତାକାଲି ସାକ୍ଷାତ କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । ଚାଷୀ ନେତାମାନଙ୍କ ସହ କୃଷି ଆଇନ ସମ୍ପର୍କରେ କେଜରିଓ୍ବାଲ କଥା ହେବେ ।

ଦିଲ୍ଲୀ ବିଧାନସଭା ପରିସର ମଧ୍ୟରେ କେଜରିଓ୍ବାଲ ଓ ଚାଷୀ ନେତାଙ୍କ ମଧ୍ୟରେ ଆଲୋଚନା ହେବ । ଦିଲ୍ଲୀ ସୀମାରେ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ପଞ୍ଜାବ, ହରିଆଣା, ଉତ୍ତର ପ୍ରଦେଶ ଓ ଅନ୍ୟ ରାଜ୍ୟର ହଜାର ହଜାର ଚାଷୀଙ୍କ ଦାବିକୁ ପୂର୍ବରୁ ଆମ୍ ଆଦମି ପାର୍ଟି ସମର୍ଥନ କରିଥିଲା । ତଥାପି ପଞ୍ଜାବ ପୌର ନିର୍ବାଚନରେ କ୍ଷମତାସୀନ କଂଗ୍ରେସ ୮ଟି ଯାକ ମହାନଗର ନିଗମରେ ବାଜିମାତ କରିଛି । ପଞ୍ଜାବରେ ଭୋଟ ବ୍ୟାଙ୍କ ପ୍ରଭାବିତ ଯେପରି ନହେବ, ସେଥିପାଇଁ ଆସନ୍ତାକାଲି ଚାଷୀ ନେତାଙ୍କୁ ଭୋଟିବେ ଅରବିନ୍ଦ କେଜରିଓ୍ବାଲ ।

Comments are closed.