Latest Odisha News

BREAKING NEWS

ଆର୍ଯ୍ୟନ ଖାନ୍ ଗିରଫଦାରୀ ମାମଲାରେ ପୁଣି ଗର୍ଜିଲେ ଏନସିପି ନେତା ନବାବ ମଲ୍ଲିକ

ମୁମ୍ବାଇ : ଆର୍ଯ୍ୟନ ଖାନ୍ ଗିରଫଦାରୀ ମାମଲାରେ ପୁଣି ଗର୍ଜିଲେ ଏନସିପି ନେତା ନବାବ ମଲିକ । ପୂରା ଘଟଣାରେ ବିଜେପି ନେତା ମୋହିତ କାମ୍ବୁଜ ମାଷ୍ଟରମାଇଣ୍ଡ ଥିଲେ ବୋଲି କହିଛନ୍ତି ନବାବ ମଲ୍ଲିକ । ଏହା ଏକ ଗିରଫଦାରୀ ଘଟଣା ନଥିଲା ବରଂ ଅପହରଣ ଓ ଅର୍ଥ ଆଦାୟ ଲାଗି ଏକ ଯୋଜନା ଥିଲା ବୋଲି ସେ କହିଛନ୍ତି । ନବାବ କହିଛନ୍ତି ଯେ, ଆର୍ଯ୍ୟନ ଖାନ କ୍ରୁଜ ପାର୍ଟି ଲାଗି ଟିକେଟ୍ କ୍ରୟ କରି ନଥିଲେ । ତାଙ୍କ ଲାଗି ପ୍ରତୀକ ଗାବା ଓ ଅମିର ଫର୍ଣ୍ଣିଚରଓ୍ବାଲା ଏହି ଟିକେଟ ଆଣିଥିଲେ । ଏହି ଘଟଣାରେ ବିଜେପି ନେତା ମୋହିତ ମାଷ୍ଟରମାଇଣ୍ଡ ଥିଲେ ।

ସେହିପର ମୋହିତ ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡେଙ୍କ ସହଯୋଗୀ ଥିଲେ ବୋଲି କହିଛନ୍ତି ନବାବ । ଆର୍ଯ୍ୟନ ମାମଲାରେ ଅର୍ଥ ଆଦାୟ ଲାଗି ଏକ ମାଷ୍ଟର ପ୍ଲାନ ହୋଇଥିଲା । ଗତ ଅକ୍ଟୋବର ୭ ତାରିଖରେ ଓ୍ବାଙ୍ଖଡେଙ୍କୁ ଏକ ସମାଧି ନିକଟରେ ମୋହିତ ଭେଟିଥିଲେ । ମୁମ୍ବାଇ କ୍ରୁଜ ଜାହାଜରେ ରେଡ ବେଳେ ଏନସିବି ଋଷଭ ସଚଦେବ, ପ୍ରତୀକ ଗାବା ଓ ଅମିର ଫର୍ଣ୍ଣିଚରଓ୍ବାଲାଙ୍କୁ ଅଟକ ରଖିଥିଲା । ମାତ୍ର ପରେ ଛାଡି ଦେଇଥିଲା । ସେ ଆହୁରି କହିଛନ୍ତି ଯେ, ଋଷଭ ହେଉଛନ୍ତି ବିଜେପି ନେତା ମୋହିତଙ୍କ ଶାଳକ ।

Leave A Reply

Your email address will not be published.