Latest Odisha News

BREAKING NEWS

ଜମି ଜବରଦଖଲକୁ ନେଇ ତୁମୁଳକାଣ୍ଡ, ସାତପଡ଼ା ନାଥପୁରରେ ବୋମାମାଡ଼

ବ୍ରହ୍ମଗିରି : ପୁରୀ ସାତପଡ଼ା ନାଥପୁର ଅଞ୍ଚଳରେ ବୋମାମାଡ଼ । ଜମି ଜବରଦଖଲକୁ କେନ୍ଦ୍ର କରି ହୋଇଛି ତୁମୁଳକାଣ୍ଡ । ୩୫ଟି ମୌଜାର ଜମିକୁ ଜବରଦଖଲ କରି ରଖିଛନ୍ତି ହରିଜନ ଲୋକ । ହେଲେ ଆଜି ଏହି ୩୫ ମୌଜାର ଲୋକେ ହରିଜନ ଲୋକଙ୍କୁ ବୈଠକକୁ ଡାକିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ହରିଜନ ବସ୍ତିର ଲୋକେ ବୋମାମାଡ଼ କରିଥିଲେ ।

ଖବର ପାଇ ଘଟଣାସ୍ଥଳରେ ୧୦୦ ଅଧିକ ପୋଲିସକୁ ମୁତୟନ କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାରୁ ପୁରୀ ଅତିରିକ୍ତ ଏସପି, ଏସଡିପିଓ ଏବଂ ବ୍ରହ୍ମଗିରି ଆଇଆଇସି ଉପସ୍ଥିତ ଅଛନ୍ତି । ଉଭୟ ପକ୍ଷଙ୍କ ପାଖରେ ବୋମା ମହଜୁଦ ଥିବା ବେଳେ, ଆଜି ୨୦ରୁ ଅଧିକ ବୋମାମାଡ ହୋଇଛି । ଦୀର୍ଘଦିନ ପରେ ବ୍ରହ୍ମଗିରିରେ ବେମାମାଡ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କିତ ଅଛନ୍ତି ଲୋକେ ।

Leave A Reply

Your email address will not be published.