Latest Odisha News

BREAKING NEWS

ଜଙ୍ଗଲ ଭିତରେ ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ବୋରାପଦାରେ ଅଭାବନୀୟ ଘଟଣା । ଜଙ୍ଗଲରେ ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ । ମୃତକ ହେଲେ ଖମାର ଗାଁର ପୀତବାସ ସାହୁ । ତାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ । ଗତ ୩ ତାରିଖରୁ ନିଖୋଜ ଥିଲେ ପୀତବାସ । ଏନେଇ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ଆଧାରରେ ପୋଲିସ ୩ ଜଣଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରିଥିଲା ।

ପଚରାଉଚରାରୁ ମିଳିଥିବା ତଥ୍ୟ ଆଧାରରେ ବୋରାପଦା ଜଙ୍ଗଲ ଭିତରେ ଖୋଜାଖୋଜି କରିଥିଲା ପୋଲିସ । ଜଙ୍ଗଲରେ ଥିବା ୩ଟି କୂଅକୁ ଅଗ୍ନିଶମ ବାହିନୀ ଦ୍ବାରା ଶୁଖାଯାଇ ଖୋଜା ଯାଇଥିଲା । ଶେଷରେ ଆଜି ଏକ ପରିତ୍ୟକ୍ତ କୂଅରୁ ପୀତବାସ ସାହୁଙ୍କ ମୃତଦେହ ଠାବ କରିଛି ପୋଲିସ । ପୀତବାସଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦିଆଯାଇଥିବା ପୋଲିସ ସୂଚନା ଦେଇଛି । ଏହାସହ ଜଙ୍ଗଲ ଭିତରୁ ପୀତବାସଙ୍କ ବାଇକ୍ ମଧ୍ୟ ଉଦ୍ଧାର କରିଛି ପୋଲିସ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୀତବାସଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.