Latest Odisha News

BREAKING NEWS

କେରଳର ଆର୍ଯ୍ୟନନ୍ଦା ହେଲେ ସାରେଗାମାପା ଲିଟିଲ୍ ଚାମ୍ଫସ୍ ବିଜେତା

ନୂଆଦିଲ୍ଲୀ: ସିଙ୍ଗିଙ୍ଗ୍ ରିୟଲିଟି ସୋ ସାରେଗାମାପା ୨୦୨୦ ଲିଟିଲ୍ ଚାମ୍ପସ୍ ର ବିଜେତା ଘୋଷଣା କରାଯାଇଛି। କେରଳର ଆର୍ଯ୍ୟନନ୍ଦା ବାବୁ ନିଜ ସ୍ୱରର ଯାଦୁ ଦେଖାଇ ସାରେଗାମା ଲିଟିଲ୍‌ ଚାମ୍ପିଅନ୍ସ ଟ୍ରଫି ଜିତିଛନ୍ତି।

ରବିବାର ଦିନ ଏହି ସୋ’ର ବିଜେତା ଘୋଷଣା କରାଯାଇଥିଲା ଯେଉଁଥିରେ ଆର୍ଯ୍ୟନନ୍ଦା ବାବୁ ଏହି ସଂଗୀତ ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ ଏବଂ ରଣିତା ବାନାର୍ଜୀ ଏବଂ ଗୁରୁକିରତ୍‌ ସିଂଙ୍କୁ କଡା ଟକ୍କର ଦେଇଥିଲେ। ଟ୍ରଫି ସହିତ ତାଙ୍କୁ ୫ ଲକ୍ଷ ଟଙ୍କା ନଗଦ ପୁରସ୍କାର ରାଶି ମଧ୍ୟ ଦିଆଯାଇଛି।

ଏହି ସିଜିନ୍‌ରେ ଆର୍ଯ୍ୟନନ୍ଦା ବାବୁ ନିଜର ଦକ୍ଷତା ପ୍ରମାଣ କରିବା ସହ ଜଣେ ସଫଳ ପ୍ରତିଯୋଗୀ ମଧ୍ୟ ରହିଥିଲେ। କେରଳର ଆର୍ଯ୍ୟନନ୍ଦା ବାବୁ ହିନ୍ଦୀ ଭାଷା ଜାଣନ୍ତି ନାହିଁ, କିନ୍ତୁ ତାଙ୍କର ସଙ୍ଗୀତ ସ୍ୱର ଆଗରେ ଭାଷା ଜ୍ଞାନ ବି କ୍ଷୀଣ ମନେ ହେଉଥିଲା।

ଆର୍ଯ୍ୟାନନ୍ଦା ଆରମ୍ଭରୁ ସୋ ଶେଷ ହେବା ପର୍ଯ୍ୟନ୍ତ ବିଚାରପତିମାନଙ୍କ ହୃଦୟ ଜିତିଛନ୍ତି ଏବଂ ଟ୍ରଫି ହାସଲ କରିବା ପର୍ଯ୍ୟନ୍ତ ସଫଳତାର ସହ ତାଙ୍କର ଯାତ୍ରା ଶେଷ କରିଛନ୍ତି।

ତେବେ ଏହି ସିଜିନ୍‌ରେ ସୋ’ର ଜଜ୍‌ ଥିଲେ ହିମେଶ ରେଶମିଆ, ଅଲକା ୟାଗନିକ୍ ଏବଂ ଜାଭେଦ୍ ଅଲ୍ଲି। ରବିବାର ଦିନ ଏହି ତିନିଜଣ ବିଚାରପତି ଆର୍ଯ୍ୟନନ୍ଦାଙ୍କୁ ଟ୍ରଫି ଏବଂ ନଗଦ ପୁରସ୍କାର ଦେଇ ସମ୍ମାନିତ କରିଥିଲେ।

Leave A Reply

Your email address will not be published.