Latest Odisha News

BREAKING NEWS

ବାଲେଶ୍ୱର ଉପନିର୍ବାଚନ: ରଘୁନାଥ ମହାନ୍ତି ବିଜେପି ପ୍ରଚାର କମିଟି ଅଧ୍ୟକ୍ଷ

ଭୁବନେଶ୍ୱର: ବାଲେଶ୍ୱର ଉପନିର୍ବାଚରେ ବିଜେପିର ପ୍ରଚାର ମଙ୍ଗ ଧରିବେ ବରିଷ୍ଠ ନେତା ରଘୁନାଥ ମହାନ୍ତି । ତାଙ୍କୁ ବିଜେପି ପ୍ରଚାର କମିଟି ଅଧ୍ୟକ୍ଷଭାବେ ଘୋଷଣା କରିଛି । ୧୩ ଜଣିଆ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ରଘୁନାଥଙ୍କୁ ଦାୟିତ୍ୱ ମିଳିଛି ।

ବାଲେଶ୍ୱରର ସଦର ଉପନିର୍ବାଚନରେ କେମିତି ପ୍ରଚାର ହେବ । କିଏ କିଏ ପ୍ରଚାର କରିବେ ଏବଂ ଲୋକଙ୍କଠାରୁ କେଉଁ ପ୍ରସଙ୍ଗ ନେଇ ଭୋଟ ମଗାଯିବ ତାର ପୁରା ଦାୟିତ୍ୱ ରହି ରଘୁନାଥଙ୍କ ଉପରେ । ପୁତ୍ରବଧୁଙ୍କ ସହ ବିବାଦ ଭିତରକୁ ଟଣା ହୋଇ ମନ୍ତ୍ରୀ ପଦ ହରାଇବା ଆଉ ୨୦୧୪ ନିର୍ବାଚନରେ ଟିକେଟରୁ ବଂଚିତ ହେବା ପରେ ୨୦୧୯ ନିର୍ବାଚନରେ ଶ୍ରୀ ମହାନ୍ତି ବିଜେପିରୁ ପ୍ରାର୍ଥୀ ହୋଇଥିଲେ । ଗତ ସାଧାରଣ ନିର୍ବାଚନରେ ବିଜେପିରେ ସାମିଲ ହୋଇ ବସ୍ତା ଆସନରୁ ଲଢ଼ିଥିଲେ ରଘୁନାଥ । ତେବେ ନିର୍ବାଚନ ସେ ପରାଜିତ ହୋଇଥିଲେ ।

ଏଥର ଉପନିର୍ବାଚନ ପାଇଁ ବିଜେପି ନିକଟରେ ଆୟୋଜିତ କୌଣସି ଦଳୀୟ ବୈଠକରେ ରଘୁନାଥ ଯୋଗ ଦେଇନଥିଲେ । ଏହାରି ଭିତରେ ତାଙ୍କୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଥିଲା । ଆଜି ରଘୁନାଥଙ୍କୁ ବାଲେଶ୍ୱର ସଦର ଉପନିର୍ବାଚନର ବିଜେପି ଗୁରୁଦାୟିତ୍ୱ ଦେଇଛି ।

Leave A Reply

Your email address will not be published.