ଭୁବନେଶ୍ୱର : ଦିନକୁ ଦିନ ବଢିଚାଲିଛି ଓମିକ୍ରନ ଚିନ୍ତା । ହୁ ହୁ ହୋଇ ମାଡି ଚାଲିଛି ଓମିକ୍ରନ୍। ଦେଶକୁ ଦେଶ କାୟା ବିସ୍ତାର କରିଚାଲିଥିବା ବେଳେ ଏବେ ପୁଣି ରାଜଧାନୀ ଦିଲ୍ଲୀରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସଂକ୍ରମଣ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି।
ଓମିକ୍ରନ ବଢିଚାଲିଥିବା ବେଳେ ସୋମବାର କର୍ଣ୍ଣାଟକରୁ ମଧ୍ୟ ୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତଥ୍ୟ ଅନୁସାରେ ମହାରାଷ୍ଟ୍ରରେ ସର୍ବଧିକ ଓମିକ୍ରନ୍ ମାମଲା ରହିଛି। କ୍ଷୀପ୍ର ଗତିରେ ଏହି ଓମିକ୍ରନ ବ୍ୟାପିଚାଲଛି। ନଭେମ୍ବରରେ ୪ରୁ ୫ ଦେଶକୁ ଛୁଇଁ ଥିବା ବେଳେ ଏବେ ୧୦୦ ଦେଶକୁ ଛୁଇଁ ସାରିଲାଣି ଓମିକ୍ରନ୍।
ତେଣୁ ଏନେଇ ଏବେଠାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଗହଳି ସ୍ଥାନକୁ ନଯାଇ ସାମଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। ତା ସହିତ ମାସ୍କ ସହ ସାନିଟାଇଜର ବ୍ୟବହାର କରିବା ସହ ଲୋକଙ୍କୁ ସତର୍କ କରାଯାଉଛି । ତେବେ ଓମିକ୍ରନ ନେଇ ବ୍ୟସ୍ତ ନହୋଇ ସତର୍କ ରହିବା ସହ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।
ଦିଲ୍ଲୀରୁ ୧୨ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେପଟେ ଓମିକ୍ରନ ଯେତେ ବଢିଚାଲିଛି ସେହିଭଳି ସଂକ୍ରମିତ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରୁଛନ୍ତି। . . .
Comments are closed.