Latest Odisha News

ଉତରାଖଣ୍ଡର ବ୍ରାଣ୍ଡ ଆମ୍ବାସଡର ହେଲେ ପନ୍ତ

ଡେରାଡୁନ: ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଉତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ତାଙ୍କ ସହ ଆଲୋଚନା କରିବା ପରେ ସେ ଏହି ଘୋଷଣା କରିଛନ୍ତି । ଯୁବପିଢ଼ୀଙ୍କ ପାଇଁ ପ୍ରେରଣା ସାଜିଥିବା ଆମ ନିଜ ମାଟିର ପନ୍ତଙ୍କୁ କ୍ରୀଡା ଏବଂ ସ୍ୱାସ୍ଥ୍ୟକୁ ରାଜ୍ୟରେ ପ୍ରୋତ୍ସାହିତ କରିବା ପାଇଁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଛୁ ।

ବ୍ରାଣ୍ଡ ଆମ୍ବାସାଡର କରାଯାଇଥିବାରୁ ମୁଁ ବ୍ୟକ୍ତିଗତ ଭାବେ ଗର୍ବିତ ଅନୁଭବ କରୁଛି ବୋଲି ସେ କହିଛନ୍ତି । ପୁଷ୍କର ସିଂ ଭିଡିଓ କଲ ମାଧ୍ୟମରେ ପନ୍ତଙ୍କ ସହ କଥା ହେବା ପରେ ସାକ୍ଷାତ କରିବା ପାଇଁ ଆମନ୍ତ୍ରଣ କରିଥିଲେ । ସେ ସୋସିଆଲ ସାଇଟରେ ପ୍ରଶଂସକମାନଙ୍କ ସହ ଏହି ଖୁସି ଖବର ଶେୟାର କରିଥିଲେ ।

Leave A Reply

Your email address will not be published.