Latest Odisha News

BREAKING NEWS

ଛାତିରେ ଯନ୍ତ୍ରଣା କାରଣରୁ ଏମ୍ସରେ ଭର୍ତ୍ତି ହେଲେ ଆଶାରାମ ବାପୁ

ଯୋଧପୁର: ଅସୁସ୍ଥ କାରଣରୁ ମେଡିକାଲରେ ଭର୍ତ୍ତି ହେଲେ ଆଶାରାମ ବାପୁ । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଆଶାରାମଙ୍କୁ ଯୋଧପୁର ଏମ୍ସରେ ଭର୍ତ୍ତି କରାଯାଇଛି । ଯୌନ ଉତ୍ପୀଡ଼ନ ମାମଲାରେ ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଯୋଧପୁର ସେଣ୍ଟ୍ରାଲ ଜେଲରେ ସଜା କାଟୁଛନ୍ତି ଆଶାରମ ।

ଖବର ମୁତାବକ, ଶୁକ୍ରବାର ରାତିରେ ଛାତିରେ ଯନ୍ତ୍ରଣା କାରଣରୁ ତାଙ୍କୁ ଜେଲ୍ ରେ ପ୍ରାଥମିକ ଚିକିତ୍ସା ପରେ ଏମ୍ସରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ ଏକ ସମ୍ପୂର୍ଣ୍ଣ ଟିମ୍ ତାଙ୍କ ଚିକିତ୍ସାରେ ନିୟୋଜିତ ଅଛନ୍ତି ।

ଆଶାରାମଙ୍କ ଅସୁସ୍ଥତା ବିଷୟରେ ଜାଣିବା ପରେ ତାଙ୍କ ସମର୍ଥକମାନେ ଏମ୍ସରେ ପହଞ୍ଚିବା ଆରମ୍ଭ କରିଦେଇଥିବାବେଳେ, ଭିଡକୁ ଦୃଷ୍ଟିରେ ରଖି ସେଠାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Comments are closed.