ପାରଦୀପ: ପାରାଦୀପରେ ଚାଞ୍ଚଲ୍ୟ । କାରରେ ଆସିଲେ, ରାସ୍ତାରୁ ଆଶାକର୍ମୀଙ୍କୁ ଅପରହରଣ ପରେ ଦୁଷ୍କର୍ମ କରି ଫିଙ୍ଗି ଦେଲେ । ଏଭଳି ଅଭିଯୋଗ ଆସିଛି ବନ୍ଦର ନଗରୀ ପାରାଦୀପରୁ । ପାରାଦୀପ ବନ୍ଦରାଞ୍ଚଳରେ ଜଣେ ଆଶା କର୍ମୀଙ୍କୁ ଅପହରଣ ପରେ ଦୁଷ୍କର୍ମ ନେଇ ଥାନାରେ ଅଭିଯୋଗ ହୋଇଛି ।
ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ଶୁକ୍ରବାର ସେ କାମ ସାରି ସାଇକେଲରେ ଘରୁ ଫେରୁଥିଲେ । ହଠାତ୍ ୪ ଜଣ ଯୁବକ ଲାଲ୍ ରଙ୍ଗର ଏକ କାରରେ ଆସି ଅପହରଣ କରି ନେବା ସହ ଜଙ୍ଗଲରେ ଦୁଷ୍କର୍ମ କରିଥିଲେ । ଜଣେ ଦୁଷ୍କର୍ମ କରିଥିବା ବେଳେ ଅନ୍ୟ ୩ ଜଣ ଶାରିରୀକ ନିର୍ଯାତନା ଦେଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି । ଦୁଷ୍କର୍ମ ପରେ ତାଙ୍କୁ ବ୍ୟାଙ୍କ୍ ଲାଇନ୍ ନିକଟ ରାସ୍ତାରେ ଫିଙ୍ଗି ୪ ଯୁବକ ପଳାଇଥିବା କହିଛନ୍ତି ପୀଡ଼ିତା ।
ଅଭିଯୋଗ ପରେ ପୋଲିସ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ଛାନଭିନ୍ କରିଛି । ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଛି । ଜଣଙ୍କୁ ପୋଲିସ ଅଟକ ରଖିଥିବା ବେଳେ ଅନ୍ୟମାନଙ୍କୁ ଧରିବାକୁ ପ୍ରୟାସ ଚାଲିଛି ।
Comments are closed.