Latest Odisha News

BREAKING NEWS

ନୋଟିସ୍‌ ପରେ ବି କ୍ରାଇମବ୍ରାଞ୍ଚ ସମ୍ମୁଖରେ ହାଜର ହେଲେନି ଆଶିଷ

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ନୋଟିସ୍ ଜାରି କରାଯିବା ସତ୍ତ୍ୱେ କ୍ରାଇମ ବ୍ରାଞ୍ଚରେ ହାଜର ହୋଇନଥିଲେ। ସକାଳ ୧୦ ଟାରେ କ୍ରାଇମବ୍ରାଞ୍ଚ ତାଙ୍କୁ ପଚରାଉଚରା ପାଇଁ ଡାକିଥିଲା। କିନ୍ତୁ ସେ ହାଜର ହୋଇନଥିଲେ। ରିପୋର୍ଟରୁ ଜଣାପଡିଛି ଯେ ଆଶିଷ ଲଖୀମପୁର ସଂଲଗ୍ନ ନେପାଳର ସୀମାନ୍ତ ଅଞ୍ଚଳରେ ଲୁଚି ରହିଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି।

ଆଶିଷ ନେପାଳ ସୀମା ନିକଟରେ କୌଣସି ସ୍ଥାନରେ ଲୁଚି ରହିଥିବେ। ପ୍ରକୃତରେ, ଗତକାଲି ସୁପ୍ରିମକୋର୍ଟଙ୍କ ଜବାବ ଡକାଯିବା ପରେ ୟୁପି ପୋଲିସ୍ ଆଶିଷଙ୍କ ମାମଲା ସକ୍ରିୟ ଦେଖାଯିବା ଆରମ୍ଭ କରିଥିଲା। ପୋଲିସ ଆଶିଷଙ୍କ ଘରକୁ ମଧ୍ୟ ଯାଇଥିଲା। ହେଲେ ସେ ଘରେ ନ ମିଳିବାରୁ ଶୁକ୍ରବାର ସକାଳେ ହାଜର ହେବାକୁ ନୋଟିସ ଜାରି କରାଯାଇଥିଲା। ପୋଲିସର ବିଭିନ୍ନ ଟିମ୍ ଆଶିଷଙ୍କୁ ଖୋଜୁଛି।

Comments are closed.