Latest Odisha News

BREAKING NEWS

ଅଷ୍ଟ୍ରେଲିଆନ ଓପନ: ୪୪ ବର୍ଷ ପରେ ଅଷ୍ଟ୍ରେଲୀୟ ମହିଳା ଖେଳାଳି ଭାବେ ଟାଇଟଲ ଜିତିଲେ ବାର୍ଟି

ମେଲବୋର୍ଣ୍ଣ: ୪୪ ବର୍ଷ ପରେ ପ୍ରଥମ ଅଷ୍ଟ୍ରେଲୀୟ ମହିଳା ଖେଳାଳି ଭାବେ ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ଜିତିଛନ୍ତି ଆଶଲେ ବାର୍ଟି । ଫାଇନାଲରେ ସେ ଆମେରିକାର ଡାନିୟଲ କଲିନ୍ସଙ୍କୁ ୬-୩, ୭-୬ ସେଟରେ ପରାସ୍ତ କରିଥିଲେ । ଏହା ତାଙ୍କର ତୃତୀୟ ଗ୍ରାଣ୍ଡସ୍ଲାମ ଟାଇଟଲ । ସେ ୨୦୧୯ରେ ଫ୍ରେଂଚ ଓପନ ଓ ୨୦୨୧ରେ ୱିମ୍ବେଲଡନ ଜିତିଥିଲେ ।

ତାଙ୍କ ପୂର୍ବରୁ ଅଷ୍ଟ୍ରେଲିଆର କ୍ରିସ ଓ ନୀଲ ୧୯୭୮ରେ ମହିଳା ସିଙ୍ଗଲ୍ସ ଟାଇଟଲ ଜିତିଥିଲେ । ପୂର୍ବରୁ ସେମି ଫାଇନାଲରେ ବାର୍ଟି ଆମେରିକାର ମେଡିସନ କିଜଙ୍କୁ ୬-୧, ୬-୨ ସେଟରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ ।

Comments are closed.