Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଏଥର ଗାନ୍ଧୀ ପରିବାର ବାହାରୁ କଂଗ୍ରେସ ଅଧ୍ୟକ୍ଷ !

ନୂଆଦିଲ୍ଲୀ: କିଏ ସମ୍ଭାଳିବ କଂଗ୍ରେସ କମାଣ । ଗାନ୍ଧୀ ପରିବାର ହାତରେ ରହିବ ଦଳର ମଙ୍ଗ ନା ଆଉ କିଏ ହେବେ କଂଗ୍ରେସ ହାଇକମାଣ୍ଡ । ଏନେଇ ଦଳରେ ମାନସମନ୍ଥନ ଚାଲିଥିବା ବେଳେ ଖୁବଶୀଘ୍ର କଂଗ୍ରେସକୁ ମିଳିବାକୁ ଯାଉଛି ନୂଆ ସଭାପତି । କିଏ କଂଗ୍ରେସର ପରବର୍ତ୍ତୀ ସଭାପତି ହେବେ ସେନେଇ ଦଳର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ନିଷ୍ପତ୍ତି ନେଇ ସାରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଜାଗରଣର ରିପୋର୍ଟ ଅନୁସାରେ, ଲମ୍ବା ସମୟ ପରେ କଂଗ୍ରେସ ଅଧ୍ୟକ୍ଷ ଗାନ୍ଧୀ ପରିବାର ବାହାରୁ ହୋଇ ପାରନ୍ତି ।

ସେହିଭଳି ନ୍ୟୁଜ୍ ଏଜେନ୍ସି IANS ସୂତ୍ର ଅନୁସାରେ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଅଶୋକ ଗେହଲଟଙ୍କୁ କଂଗ୍ରେସ କମାଣ ମିଳିପାରେ । ଗେହଲଟ କଂଗ୍ରେସ ଅଧ୍ୟକ୍ଷ ହେବା ନେଇ ଖୋଦ୍ ସୋନିଆ ଗାନ୍ଧୀ ଅଫର୍ ଦେଇଥିବା IANS ରିପୋର୍ଟରେ କୁହାଯାଇଛି ।

କୋଭିଡରୁ ସୁସ୍ଥ ହେବା ପରେ ସୋନିଆ ଗାନ୍ଧୀ ମେଡିକାଲ୍ ଚେକ୍ ଅପ୍ ପାଇଁ ବିଦେଶ ଯିବାର ଅଛି । ବିଦେଶ ଗସ୍ତ ପୂର୍ବରୁ ଗେହଲଟ ଦଳର ଦାୟିତ୍ୱ ନିଅନ୍ତୁ ବୋଲି ସୋନିଆ ଗାନ୍ଧୀ ଚାହୁଁଛନ୍ତି । କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ସମସ୍ତଙ୍କ ପ୍ରଥମ ପସନ୍ଦ ଅଶୋକ ଗେହଲଟ ବୋଲି କୁହାଯାଉଛି । କିନ୍ତୁ ଗେହଲଟଙ୍କ କହିବା କଥା ରାହୁଲ ଗାନ୍ଧୀ ତାଙ୍କ ନିଷ୍ପତ୍ତିର ପୁନଃ ବିଚାର କରନ୍ତୁ । ରାହୁଲ ଗାନ୍ଧୀ ଦଳର ଅଧ୍ୟକ୍ଷ ହେବା ସମସ୍ତଙ୍କ ପସନ୍ଦ ବୋଲି ଗେହଲଟ କହିଛନ୍ତି ।

ତେବେ ସୋନିଆ ଦେଇଥିବା ପ୍ରସ୍ତାବ ନେଇ ଗେହଲଟ କହିଛନ୍ତି, ଯାହା ମୁଁ କେବଳ ଗଣମାଧ୍ୟମରୁ ଶୁଣୁଛି । ଏନେଇ ମୋତେ କିଛି ଜଣା ନାହିଁ । ମୋତେ ଯେଉଁ ଦାୟିତ୍ୱ ଦିଆଯାଇଛି, ତୁଲାଉଛି । କଂଗ୍ରେସର ଅଧ୍ୟକ୍ଷ ପଦ ନେଇ ଦଳରେ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ସେପ୍ଟେମ୍ବର ୨୧ ମଧ୍ୟରେ ନିର୍ବାଚନ ହେବ ।

Leave A Reply

Your email address will not be published.