Latest Odisha News

BREAKING NEWS

ଛୋଟ ପରଦାକୁ ଫେରୁଛନ୍ତି କମେଡି ଷ୍ଟାର ସୁନୀଲ ଗ୍ରୋଭର !

ମୁମ୍ବାଇ: ପୁଣିଥରେ ଦର୍ଶକଙ୍କୁ ହସେଇବା ପାଇଁ ପ୍ରସ୍ତୁତ ହେଉଛନ୍ତି ସୁନୀଲ ଗ୍ରୋଭର । ଗ୍ୟାଙ୍ଗ ଅଫ୍ ଫିଲ୍ମିସ୍ତାନ ଭଳି ବ୍ରାଣ୍ଡ ନ୍ୟୁ ସୋ’ ଜରିଆରେ ସେ ଦର୍ଶକଙ୍କ ନିକଟକୁ ଆସୁଛନ୍ତି । ଷ୍ଟାର୍ ଭାରତରେ ପ୍ରସାରିତ ହେବାକୁ ଥିବା ଏହି କମେଡି ସୋ’ରେ ବହୁ ଜଣାଶୁଣା କମେଡି କଳାକାରଙ୍କୁ ଦେଖିବାକୁ ମିଳିବ । ସୁନୀଲଙ୍କୁ ବାଦ୍ ଦେଲେ ଶିଳ୍ପା ସିନ୍ଦେ, ସୁଗନ୍ଧା ମିଶ୍ରା, ସିଦ୍ଧାର୍ଥ ସାଗର, ଉପାସନା ସିଂ ଓ ଜତିନ୍ ସୁରିଙ୍କ ଭଳି କଳାକାର ଏହି ସୋ’ରେ ନଜର ଆସିବେ ।

ସୋ’ର ପ୍ରମୋକୁ ଇନଷ୍ଟାଗ୍ରାମରେ ଶେୟାର କରିଥିବା ସୁନୀଲ ଏହି ସୋରେ ଡନ୍ ଭୂମିକାରେ ସାମ୍ନାକୁ ଆସିବେ । ୩୧ ଅଗଷ୍ଟ ରାତି ୮ଟାରେ ସୋ’ର ପ୍ରଥମ ଏପିସୋଡ ପ୍ରସାରଣ ହେବ । ଅନୁମାନ କରାଯାଉଛି ଏହି ସୋ’ ଜରିଆରେ ସୁନୀଲ କପିଲଙ୍କୁ ଟକ୍କର ଦେବାରେ ସଫଳ ହେବେ ।

Leave A Reply

Your email address will not be published.