Latest Odisha News

BREAKING NEWS

ଏକାମ୍ର କ୍ଷେତ୍ର ବାଇ ଲ’ ବିବାଦ: ପୁଣି ଅଶୋକ ପଣ୍ଡା-ଅପରାଜିତା ଷଡ଼ଙ୍ଗୀ ବାକଯୁଦ୍ଧ

ଭୁବନେଶ୍ୱର: ଏକାମ୍ରକ୍ଷେତ୍ର ବାଇ-ଲ’ ପ୍ରସଙ୍ଗକୁ ନେଇ ଥମୁନି ରାଜନୈତିକ ବୟାନବାଜି । ପୁଣି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ସେ ୪ଟି ପ୍ରଶ୍ନ ପଚାରିଛନ୍ତି । ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ସଂସଦରେ ନିଜ ଅଞ୍ଚଳ ସମସ୍ୟା କାହିଁକି ଉଠାଇଲେନି ସାଂସଦ ? ପାର୍ଲାମେଣ୍ଟ ଚାଲିଥିବା ବେଳେ ଏଭଳି ସୁଯୋଗ ହାତଛଡା କରିବା ଉଚିତ୍ କି ? ବିଜେଡି ଓ ବିଜେପି ସାଂସଦ ପୃଥକ ପୃଥକ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଥିଲେ । ଭୁବନେଶ୍ୱର ସାଂସଦ ମନ୍ତ୍ରୀଙ୍କୁ ଭେଟିବା ନେଇ ତାଙ୍କୁ କେଉଁଠି ଦେଖିପାରିଲିନି । ରାଜ୍ୟ ଅବହେଳା କଥା କହି କାହିଁକି ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଅଶୋକ ପଣ୍ଡା ।

ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ୪ଟି ପ୍ରଶ୍ନ ଉପରେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ କହିଛନ୍ତି, ପୂର୍ବରୁ ସେ ପଚାରିଥିବା ୫ଟି ପ୍ରଶ୍ନର ଉତ୍ତର ପାଇବା ପରେ ସବୁ ପ୍ରଶ୍ନର ଉତ୍ତର ଦେବେ । ଫେବ୍ରୁଆରୀ ୧୫ତାରିଖରେ ପଚାରିଥିବା ପ୍ରଶ୍ନର ଉତ୍ତର ଦିଆଯାଉ । ତାପରେ ରାଜ୍ୟ ସରକାରଙ୍କ ସବୁ ମନ୍ତ୍ରୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେବେ ବୋଲି ଅପରାଜିତା ଷଡଙ୍ଗୀ କହିଛନ୍ତି ।

Leave A Reply

Your email address will not be published.