Latest Odisha News

BREAKING NEWS

ଅଶୋକ ପରିଜା ହେଲେ ଓଡ଼ିଶାର ନୂଆ ଆଡ଼ଭୋକେଟ ଜେନେରାଲ୍

ଭୁବନେଶ୍ୱର: ବରିଷ୍ଠ ଆଡ଼ଭୋକେଟ ତଥା ‘ବାର୍ କାଉନସିଲ୍ ଅଫ ଇଣ୍ଡିଆ’ର ପୂର୍ବତନ ଚେୟାରମ୍ୟାନ ଅଶୋକଙ୍କୁ ଓଡ଼ିଶା ସରକାର ଆଡ଼ଭୋକେଟ ଜେନେରାଲ୍ ଭାବେ ନିଯୁକ୍ତ କରିଛନ୍ତି ।

ତାଙ୍କ ପୂର୍ବରୁ ସୂର୍ଯ୍ୟ ପ୍ରସାଦ ମିଶ୍ର ଏହି ପଦବୀରେ ରହିଥିଲେ ।

ମାତ୍ର ୨୩ ବର୍ଷ ବୟସରେ ଶ୍ରୀ ପରିଜା ଓଡ଼ିଶା ବାର୍ କାଉନସିିଲରେ ଜଣେ ଆଡ଼ଭୋକେଟ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଓଡ଼ିଶାର ପୂର୍ବତନ ଆଡ଼ଭୋକେଟ ଜେନେରାଲ୍ ବିଜୟ କୁମାର ମହାନ୍ତିଙ୍କ ଅଧିନରେ ସେ ତାଙ୍କର ଆଇନ ବୃତ୍ତି ଆରମ୍ଭ କରିଥିଲେ ।

ପରେ ଶ୍ରୀ ପରିଜା ୨୦୦୩ ମସିହାରେ ଜଣେ ବରିଷ୍ଠ ଆଇନଜୀବୀର ମର୍ଯ୍ୟାଦା ହାସଲ କରିବା ପରେ ମାର୍ଚ୍ଚ ୨୦୦୮ରେ ରାଜ୍ୟ ବାର୍ କାଉନସିଲ୍ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ଅଗଷ୍ଟ ମାସରେ ବାର୍ କାଉନସିଲ୍ ଅଫ ଇଣ୍ଡିଆର ଜଣେ ସଦସ୍ୟ ହୋଇପାରିଥିଲେ । ବରିଷ୍ଠ ଆଇନଜୀବୀ ଅଶୋକ ପରିଜା ଜୁଲାଇ ୨୦୧୧ରେ ବାର୍ କାଉନସିଲ୍ ଅଫ ଇଣ୍ଡିଆର ଚେୟାରମ୍ୟାନ ଭାବେ ନିର୍ବାଚିତ ହୋଇପାରିଥିଲେ ।

Leave A Reply

Your email address will not be published.