ବ୍ୟୁରୋ: ପ୍ରଥମ ଭାରତୀୟ ଭାବେ ଓସ୍କାର କ୍ଲାଇନ୍ ମେଡାଲର ହକଦାର ହୋଇଛନ୍ତି ଭାରତୀୟ ପଦାର୍ଥ ବିଜ୍ଞାନୀ ଅଶୋକ ସେନ୍ । ୨୦୨୬ ବର୍ଷ ପାଇଁ ପ୍ରଫେସର ସେନ୍ଙ୍କୁ ଅସ୍କାର କ୍ଲାଇନ୍ ପଦକ ପ୍ରଦାନ କରାଯାଇଛି । ଏହି ସମ୍ମାନ ପାଇବାରେ ଅଶୋକ ହେଉଛନ୍ତି ପ୍ରଥମ ଭାରତୀୟ ପଦାର୍ଥବିଜ୍ଞାନୀା ବେଙ୍ଗାଳୁରୁ ସ୍ଥିତ ଇଂଟରନାସନାଲ ସେଂଟର ଫର୍ ଥିଓରେଟିକାଲ୍ ସାଇନ୍ସେସ୍ –ଟାଟା ଇନଷ୍ଟିଚୁ୍ୟଟ୍ ଅଫ୍ ଫଣ୍ଡାମେଂଟାଲ ରିସଚର୍ଚ୍ଚର ଆଇସିଟିଏସ-ଇନଫୋସିସ ମାଧବ ଚେୟାର, ପ୍ରଫେସର ସେନଙ୍କୁ ଆଧୁନିକ ଷ୍ଟ୍ରଂ ଥିଓରୀର ଜଣେ ନିର୍ମାତା ଭାବେ ବିବେଚନା କରାଯାଏ । ଏହି ତତ୍ତ୍ୱ ଅନୁମାନ କରେ ଯେ ପଦାର୍ଥ ର ମୌଲିକ ଉପାଦାନଗୁଡିକ ବିନ୍ଦୁ କମାକା ପରିବର୍ତ୍ତେ କ୍ଷୁଦ୍ର ଏକ ପରମାଣୀୟ ଷ୍ଟ୍ରିଂ ପରି ବସ୍ତୁ । ତେଣୁ ଏହା ପଦାର୍ଥ ଏବଂ ସେମାନଙ୍କ ମଧ୍ୟରେ ଥିବା ବଳ ପାଇଁ ଏକ ଏକୀକରଣ ବର୍ଣ୍ଣନା ଉପସ୍ଥାପନ କରିବାକୁ ଚେଷ୍ଟା କରେ ।
୧୯୮୮ରେ ପ୍ରତିଷ୍ଠିତ ଏବଂ ସୁଇଡିସ୍ ତାତ୍ତ୍ୱିକ ପଦାର୍ଥବିଜ୍ଞାନୀ ଓସ୍କାର କ୍ଲାଇନଙ୍କ ନାମରେ ନାମିତ । ଏହି ପଦକ ପ୍ରତିବର୍ଷ ଷ୍ଟକହୋମ୍ ବିଶ୍ୱବିଦ୍ୟାଳୟ ଏବଂ ରୟାଲ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସର ପଦାର୍ଥ ବିଜ୍ଞାନ ପାଇଁ ନୋବେଲ୍ କମିଟି ଦ୍ୱାରା ପ୍ରଦାନ କରାଯାଏ । କ୍ଲାଇନଙ୍କ ସ୍ମୃତିକୁ ସମ୍ମାନ ଜଣାଇ ପ୍ରତିବର୍ଷ ଓସ୍କାର କ୍ଲାଇନ ସ୍ମାରକୀ ବକ୍ତୃତାର ଆୟୋଜନ କମିଟି ଜଣେ ବିଶିଷ୍ଟ ଗବେଷକଙ୍କୁ ସ୍ମାରକୀ ବକ୍ତୃତା ଦେବା ସହ କ୍ଲାଇନ ପଦକ ଗ୍ରହଣ କରିବାକୁ ନିମନ୍ତ୍ରଣ କରିଥାଏ । ସେନ୍ ଅକ୍ଟୋବର ୨୨ରେ ଷ୍ଟକହାମ୍ର ଆଲବାନୋଭା ବିଶ୍ୱବିଦ୍ୟାଳୟରେ ତାରରୁ ଗୁରୁତ୍ୱାକର୍ଷଣ ଓ ଗୁରୁତ୍ୱରୁ ତାର ଶୀର୍ଷକ ବକ୍ତୃତା ଦେଇଥିଲେ । ଆଲୋଚନାରେ ବର୍ଣ୍ଣନା କରାଯାଇଥିଲା, କିପରି ଷ୍ଟ୍ରାଇନ ତତ୍ୱ ଗୁରୁତ୍ୱକର୍ଷଣର ଏକ ସ୍ଥିର କ୍ୱାଂଟମ ତତ୍ୱ ଆଡକୁ ନେଇଯାଏ ଓ କୃଷ୍ଣ ଗହ୍ୱରର କ୍ୱାଂଟମ ତତ୍ୱ ସହ ଜଡିତ ଉକ୍ରୃଷ୍ଟ ପଜଲକୁ ସମାଧାନ କରେ । ୨୦୧୨ରେ ମୌଲିକ ପଦାର୍ଥବିଜ୍ଞାନରେ ବ୍ରେକଥ୍ରୁ ପୁରସ୍କାର ଦ୍ୱାରା ସ୍ୱୀକୃତ କାର୍ଯ୍ୟ ଅନ୍ତର୍ଭୂକ୍ତ ଯାହା ଏହି ଧାରଣାକୁ ପ୍ରତିଷ୍ଠା କରିବାରେ ସାହାର୍ଯ୍ୟ କରିଥିଲା । ସମସ୍ତ ଷ୍ଟ୍ରିଂ ତତ୍ୱ ସମାନ ଅନ୍ତର୍ନିହିତ ତତ୍ୱର ଭିନ୍ନ ସୀମାକୁ ପ୍ରତିନିଧିତ୍ୱ କରେ । ୨୦୨୬ରେ କିପ୍ ଥଣ୍ଣ ର୍, ୨୦୦୯ରେ ପିଟର ହିଗ୍ସ , ୨୦୦୩ରେ ଷ୍ଟିଫେନ୍ ହକିଂ ଏବଂ ୧୯୯୦ରେ ନୋବେଲ ପୁରସ୍କାର ବିଜେତା ହାନ୍ସ ଇ ବୋଥେ , ୧୯୮୯ରେ ଷ୍ଟିଭେନ୍ ଓ ୧୯୮୮ରେ ଚେନ୍ ନିଂ ୟାଙ୍ଗ ଏହି ପୁରସ୍କାର ପାଇଥିଲେ ।

