Latest Odisha News

BREAKING NEWS

ଆଶ୍ରମ ସ୍କୁଲରେ ଲଜ୍ଜା: ଏନସିପିସିଆର ରାଜ୍ୟ ସରକାରଙ୍କୁ ମାଗିଲେ ରିପୋର୍ଟ୍

ଭୁବନେଶ୍ୱର : ଓଡିଶାର ଆଶ୍ରମ ସ୍କୁଲମାନଙ୍କରେ ଅନ୍ତେବାସୀ ଭାବେ ରହୁଥିବା ସମୟରେ କିଛି ନାବାଳିକା ଛାତ୍ରୀ ଗର୍ଭବତୀ ହେଉଥିବା ଘଟଣାକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ ଏସମ୍ପର୍କରେ (ଏନସିପିସିଆର) ରାଜ୍ୟ ସରକାରଙ୍କୁ ଏକ ବିସ୍ତୃତ ରିପୋର୍ଟ ମାଗିଛନ୍ତି ।

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ଏସମ୍ପର୍କରେ ଏନସିପିସିଆର ଏକ ପତ୍ର ଲେଖିଛନ୍ତି ।

ଏହି ମାମଲାରେ ତଦନ୍ତ ଆଦେଶ ଦେବା ସହ ୩୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ଏନସିପିସିଆର ଉକ୍ତ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଏହାବ୍ୟତୀତ ଯୌନ ଶୋଷଣ ମାମଲାରେ ଲୋକମାନଙ୍କୁ ଜାଗୃତ କରିବା ପାଇଁ ସାରା ରାଜ୍ୟରେ ପେସ୍କୋ ଅଭିଯାନ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯାହା ଫଳରେ ଯୌନ ଅପରାଧ ତଥା ଉତ୍ପୀଡନ ସମ୍ପର୍କରେ ନାବାଳିକା ମାନଙ୍କୁ ସଚେତନ କରାଯାଇପାରିବ ।

Leave A Reply

Your email address will not be published.