Latest Odisha News

BREAKING NEWS

ବାଲେଶ୍ୱର କନ୍ୟାଶ୍ରମରେ ଛାତ୍ରୀଙ୍କ ଅସ୍ୱାଭାବିକ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ସ୍ଥିତ ପୁରୁବାଇ କନ୍ୟାଶ୍ରମରେ ବୁଧବାର ଦିନ ଜଣେ ନାବାଳିକା ଅନ୍ତେବାସୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଅନ୍ତେବାସୀ ଅସୁସ୍ଥ ହୋଇଥିବା ସୂଚନା ମିଳିଛି।

ମୃତ ଅନ୍ତେବାସୀ ଜଣକ ସ୍ଥାନୀୟ କୁମାରପୁର ଗ୍ରାର ଲାଲ ହାଁସଦାଙ୍କ ଝିଅ ହେମଜାନି ହାଁସଦା ବୋଲି ଜଣାପଡିଛି । ଉକ୍ତ ଛାତ୍ରୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ନେଇ ସୂଚନା ମିଳିଛି ।

ଏହି ଘଟଣାରେ ଅସୁସ୍ଥ ଅନ୍ୟ ଜଣେ ଅନ୍ତେବାସୀଙ୍କ ନାମ ସରସ୍ୱତୀ ମଲ୍ଲିକ ବୋଲି ସୁତ୍ରରୁ ପ୍ରକାଶ ।

ମିଳିଥିବା ସୂଚନାନୁଯାୟୀ ସୋର ତହସିଲଦାର ଦେବୀପ୍ରସାଦ ଦାସଙ୍କ ଉପସ୍ଥିତିରେ ସ୍ଥାନୀୟ ପୋଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

ତେବେ ଏଯାବତ୍ ସମ୍ପୃକ୍ତ ଅନ୍ତେବାସୀଙ୍କ ମୃତ୍ୟୁର କାରଣ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Leave A Reply

Your email address will not be published.