Latest Odisha News

BREAKING NEWS

ପୁଣି ଫେରିଲା ଶୀତ, ଦାରିଙ୍ଗୀବାଡିରେ ୪ ଡିଗ୍ରୀ ତଳକୁ ଖସିଲା ପାରଦ

ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ଶୀତ ଲହରୀରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ ବୁଧବାର ଦିନ ଓଡିଶାର ଅଧିକାଂଶ ଭାଗରେ ପାରଦ ହ୍ରାସ ପାଇବା ସହ ଶୀତର ପ୍ରକୋପ ବୃଦ୍ଧି ପାଇଛି ।

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ରାଜ୍ୟର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇଛି ।

ଏହାବ୍ୟତିତ ରାଜ୍ୟର ପ୍ରାୟ ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇଛି । ସେହି ସ୍ଥାନ ଗୁଡିକ ହେଲା- ସୋନପୁର (୭.୬),ମାଲକାନଗିରି (୮.୫), ଫୁଲବାଣୀ (୬.୩), କୋରାପୁଟ (୮.୬), ଭବାନୀପାଟଣା (୮.୫), ସମ୍ବଲପୁର (୭.୮), କେନ୍ଦୁଝର (୭.୪), ଝାରସୁଗୁଡା (୭.୬), ବାରିପଦା (୯.୫),ବାଲେଶ୍ୱର (୯.୬) ଏବଂ ଅନୁଗୁଳ (୬.୬) ରହିଛି ।

କଟକ (୧୦.୫) ଓ ଭୁବନେଶ୍ୱରରେ (୧୦.୮) ରହିଥିବା ବେଳେ ରାତିର ତାପମାତ୍ରା ଯଥାକ୍ରମେ ୩ ଡିଗ୍ରୀ ତଳକୁ ହ୍ରାସ ପାଇଛି ।

“ସାମୁଦ୍ରିକ ଘୂର୍ଣ୍ଣିବଳୟ ଅନୁଭୂତ ହେବା ଯୋଗୁଁ ରାଜ୍ୟର ରାତିର ତାପମାତ୍ରା ବୃଦ୍ଧି ହେବା ସହ ମେଘୁଆ ପାଗ ଜାରି ରହିଥିଲା । ଏହା ଫଳରେ ଗତ ୨ ଦିନ ଧରି ଉତ୍ତର ଓଡିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା । କିନ୍ତୁ ଜଳବାୟୁର ପରିବର୍ତ୍ତନ ଘଟିବା ଯୋଗୁଁ ଆଭ୍ୟନ୍ତରିଣ ଓଡିଶାର ରାତିର ତାପମାତ୍ରା ୨-୩ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଥିବା ବେଳେ ରାଜ୍ୟର ଉପକୂଳ ବର୍ତ୍ତୀ ଜିଲ୍ଲା ଗୁଡିକରେ ରାତିର ତାପମାତ୍ରା ୪-୫ ଡିଗ୍ରୀ ହ୍ରାସ ପାଇବ” ବୋଲି ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ଡ୍ୟୁଟି ଅଫିସର ଲକ୍ଷ୍ମୀଧର ମହାପାତ୍ର କହିଛନ୍ତି ।

ଆସନ୍ତା ଜାନୁଆର ୩୧ ତାରିଖ ତଥା ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଶୀତ ଲହରୀ ଜାରି ରହିବ ।

Leave A Reply

Your email address will not be published.