Latest Odisha News

ଅଶ୍ୱୀନଙ୍କ ଆଉ ଏକ ଉପଲବ୍ଧି: ହରଭଜନଙ୍କ ରେକର୍ଡ ଭାଙ୍ଗିଲେ

କାନପୁର: ନ୍ୟୁଜିଲାଣ୍ଡ ବିପକ୍ଷ କାନପୁର ଟେଷ୍ଟରେ ଭାରତୀୟ କ୍ରିକେଟ ଦଳର ସିନିୟର ସ୍ପିନ ବୋଲର ରବିଚନ୍ଦ୍ରନ ଅଶ୍ୱୀନ ଆଉ ଏକ ଉପଲବ୍ଧି ହାସଲ କରିଛନ୍ତି । ସେ ଟେଷ୍ଟ କ୍ରିକେଟରେ ଭାରତ ପକ୍ଷରୁ ତୃତୀୟ ବୋଲର ଭାବେ ସର୍ବାଧିକ ଉଇକେଟ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ହରଭଜନ ସିଂଙ୍କ ୪୧୭ ଉଇକେଟ ରେକର୍ଡକୁ ସେ ଅତିକ୍ରମ କରିଛନ୍ତି ।

ଅନୀଲ କୁମ୍ବଲେ ୬୧୯ ଉଇକେଟ ସହ ପ୍ରଥମ ଏବଂ କପିଳ ଦେବ ୪୩୪ ଉଇକେଟ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଓଭରାଲ ସେ ୧୩ତମ ସ୍ଥାନରେ ରହିଛନ୍ତି । ବିଶ୍ୱର ପ୍ରଥମ ୩ ସର୍ବାଧିକ ଉଇକେଟ ହାସଲକାରୀ ବୋଲର ହେଲେ ମୁଥୟା ମୁରଲୀଧରନ (୮୦୦), ଶେନ ୱାର୍ଣ୍ଣେ (୭୦୮) ଓ ଜେମ୍ସ ଆଣ୍ଡରସନ ୬୩୨ ଉଇକେଟ ।

Leave A Reply

Your email address will not be published.