Latest Odisha News

BREAKING NEWS

ହଟ୍ଟଗୋଳ ଭିତରେ ୩ କୃଷି ଆଇନ ପ୍ରତ୍ୟାହାର ବିଲ୍ ଲୋକସଭାରେ ପାରିତ

ଦିଲ୍ଲୀ :ଲୋକସଭାରେ ପାରିତ ହେଲା ୩ କୃଷି ଆଇନ ପ୍ରତ୍ୟାହାର ବିଲ୍। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଏହି ଉଚ୍ଚେଦ ବିଲକୁ ପାରିତ କରାଯାଇଛି। ବାଚନିକା ଭୋଟରେ ବିଲ୍ ପାରିତ ନେଇ ବିଚସ୍ପତି ଓମ୍ ବିର୍ଲା ଘୋଷଣା କରିଛନ୍ତି। ଏହା ସହ ଗୃହକୁ ମଧ୍ୟାହ୍ନ ୨ ଟା ଯାଏଁ ସ୍ଥଗିତ ରଖାଯାଥିଲା । ପ୍ରବଳ ହଙ୍ଗାମା ଭିତରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଲୋକ ସଭାରେ ଏହି ବିଲ୍ ପାସ୍ କରିଥିଲେ।

କଂଗ୍ରେସ ତୃଣମୂଳ ସହ ବିରୋଧୀ ଦଳ ଏହି କୃଷି ଆଇନ ସମ୍ପର୍କରେ ଚର୍ଚ୍ଚା ପାଇଁ ଦାବି କରିଥିଲେ । ଫଳରେ ଗୃହ ଅଚଳ ହୋଇଯାଇଥିଲା। ଏପରିକି ମୂର୍ତ୍ତି ତଳେ ସମସ୍ତ ବିରୋଧୀ ଏକଜୁଟ୍ ହୋଇ ପ୍ରତିବାଦ କରିଥିଲେ । ଏହି ଦାବିକୁ ପ୍ରତ୍ୟାହାର କରିବା ପାଇଁ ବର୍ଷେ ଧରି ଜାରି ରହିଥିଲା ଆନ୍ଦୋଳନ। ବିରୋଧୀଙ୍କ ହୋ ହାଲ୍ଲା ସତ୍ୱେ ମଧ୍ୟ ଏହି ବିଲ୍ ପାରିତ ହୋଇଛି । ଏହି ଆଇନ ପ୍ରତ୍ୟାହାର ପାଇଁ କିଛି ଦିନ ତଳେ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Leave A Reply

Your email address will not be published.